ଶ୍ରୀମନ୍ଦିରର ଜଣେ କର୍ମଚାରୀ କୋଭିଡ୍ ପଜିଟିଭ୍, ସାମୟିକ ବନ୍ଦ ହେଲା ଟିକାକରଣ କେନ୍ଦ୍ର

Published By : Prameya-News7 Bureau | April 05, 2021 IST

ପୁରୀ ୫।୪: ଶ୍ରୀମନ୍ଦିରର ଜଣେ କର୍ମଚାରୀଙ୍କ କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିବା ପରେ ଟିକାକରଣ କେନ୍ଦ୍ରକୁ ସାମୟିକ ଭାବେ ବନ୍ଦ କରାଯାଇଛି । କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ମଧ୍ୟ ଟିକାକରଣ ସ୍ଥାନକୁ ସାନିଟାଇଜ ନ କରାଯାଇ ଶ୍ରୀମନ୍ଦିର ସେବାୟତଙ୍କୁ ଉକ୍ତ ସ୍ଥାନରେ କୋଭିଡ୍ ଟିକା ଦିଆଯିବାକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଯଦି ସେବାୟତ କୋଭିଡ୍ ସଂକ୍ରମିତ ହୁଅନ୍ତି ସେଥିପାଇଁ କିଏ ଦାୟୀ ରହିବ ବୋଲି ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅବହେଳା ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ପରେ ଉତ୍ତେଜନା ସୃଷ୍ଟି ହେବାରୁ ଲୋକନାଥ ରୋଡ଼ର ଭିତର ନିଯୋଗରେ ଚାଲିଥିବା କୋଭିଡ୍ ଟିକାକରଣକୁ ସାମୟିକ ପାଇଁ ସ୍ଥଗିତ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.