ଏହି ସବୁ ଦେଶକୁ ଏବେବି ପହଞ୍ଚିପାରିନି କରୋନା, ସ୍ୱଭାବିକ ଜୀବନଯାପନ କରୁଛନ୍ତି ଲୋକେ

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୮: ବିଶ୍ୱରେ କରୋନା ପରିସ୍ଥିତି ବେଳକୁ ବେଳ ଗୁରୁତର ହେବାରେ ଲାଗିଛି। ଦୈନିକ ହଜାର ହଜାର ଲୋକେ ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି। ବୃହତ୍ତର ବିଶ୍ୱ କରୋନାରେ ପ୍ରଭାବିତ ହୋଇଥିଲେ ମଧ୍ୟ ଏବେବି ଏପରି ଦେଶ ଅଛନ୍ତି ଯେଉଁଠାକୁ କରୋନା ଭାଇରସ ମହାମାରୀ ପହଞ୍ଚିପାରିନି। ତଥାପି ସମ୍ପୃକ୍ତ ଦେଶମାନେ ଏଥିଲାଗି କଡା ସତର୍କତା ଅବଲମ୍ବନ କରୁଥିବା ଜଣାପଡିଛି।

{"id":320418,"width":578,"height":434,"sizeSlug":"large"}

ସମୋଆ
ଏପରି ଏକ ଦେଶ ହେଉଛି ପୋଲିନେସିୟନ ଦ୍ୱିପ ଦେଶ ସମୋଆ। ଏହାର ଜନସଂଖ୍ୟା ଅନୁନ୍ୟ ୨ ଲକ୍ଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏଠାରେ ଜଣେବି କୋଭିଡ-୧୯ ସଂକ୍ରମିତ ହୋଇନାହାନ୍ତି । ବିଶ୍ୱରେ କରୋନା ମହାମାରୀ ଚର୍ଚ୍ଚା ଆରମ୍ଭ ହେବାମାତ୍ରେ ସରକାର ତୁରନ୍ତ ପଦକ୍ଷେପ ନେଇଥିଲେ। ନିଜର ସୀମା ସିଲ କରିବା ସହ ବିଦେଶ ସମ୍ପର୍କ ତୁଟାଇଦେଇଥିଲେ। ଦେଶରେ ଏବେବି ଜରୁରିକାଳୀନ ପରିସ୍ଥିତି ଜାରି ଥିଲେବି ଲୋକେ ସଂକ୍ରମିତ ଦେଶଙ୍କ ଭଳି  ସତର୍କତା ଅବଲମ୍ବନ କରି ଚଳୁଛନ୍ତି।

{"id":320420,"sizeSlug":"large"}

ସୋଲମନ ଦ୍ୱିପପୁଞ୍ଜ
ଏହା ଏକ ଦ୍ୱୀପ ଶୃଙ୍ଖଳ। ବିଶ୍ୱରେ କରୋନା ଭାଇରସର ଚର୍ଚ୍ଚା ପରଠାରୁ ସରକାର ଦେଶରେ ଅନେକ ପ୍ରକାରର କଟକଣା ଜାରି କରିଥିଲେ। ଫଳରେ ଏପର୍ଯ୍ୟନ୍ତ ଦେଶକୁ କରୋନା ଛୁଇଁପାରିନାହିଁ। ତେବେ ଦେଶର ଅର୍ଥନୀତି ପର୍ଯ୍ୟଟନ ଆଧାରିତ ହୋଇଥିବାରୁ ଏବେ ସୋଲମନ ଦ୍ୱୀପପୁଞ୍ଜ ପର୍ଯ୍ୟଟଙ୍କୁ ଅନୁମତି ଦେବାକୁ ବିଚାର କରୁଥିବା ଜଣାପଡିଛି।

{"id":320423,"sizeSlug":"large"}

ଭାନୁଆଟୁ
ସେହିପରି କରୋନା ଛୁଆଁ ହୋଇନଥିବା ଆଉ ଏକ ଦେଶ ଅଛି  ଦକ୍ଷିଣ ପ୍ରଶାନ୍ତ  ଉପକୂଳର ଭାନୁଆଟୁ। ସରକାର ଦେଶରେ କରୋନା ଲାଗି ଜରୁରିକାଳୀନ ପରିସ୍ଥିତି ଜାରି କରିଥିବା ବେଳେ ଏପର୍ଯ୍ୟନ୍ତ ଦେଶକୁ ଜଣେ ବି ବିଦେଶରୁ ଫେରିନାହାନ୍ତି କି କେହି କରୋନାରେ ସଂକ୍ରମିତ ହୋଇ ନାହାନ୍ତି। ସେହିପରି ୧୨ ହଜାର ଜନସଂଖ୍ୟା ବିଶିଷ୍ଟ ତୁବାଲୁରେ ଏପର୍ଯ୍ୟନ୍ତ ଜଣେବି କୋଭିଡ ଆକ୍ରାନ୍ତ ହୋଇନଥିବା ବେଳେ ୧ଲକ୍ଷରୁ ଅଧିକ ଜନସଂଖ୍ୟାର ଟୋଙ୍ଗାକୁ ମଧ୍ୟ କରୋନା ପଶିପାରିନଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.