Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଏବେ ଭାରତରେ ଆହୁରି ଶସ୍ତା ହେବ Covid ପରୀକ୍ଷଣ, ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହେଉଛି RT-PCRକିଟ୍

26/09/2020 at 7:25 PM

ନୂଆଦିଲ୍ଲୀ ୨୬।୯: ଭାରତରେ କୋଭିଡ ସଂକ୍ରମଣ ହାର ବଢିବଢି ଚାଲିଛି। ଏଥିରେ ସଂକ୍ରମିତଙ୍କ ପରୀକ୍ଷଣ ଓ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ମହଙ୍ଗା ହେବାରେ ଲାଗିଛି। ତେବେ ଧିରେ ଧିରେ ଦେଶରେ କୋଭିଡ ଚିକିତ୍ସା ଶସ୍ତା ହେବ ବୋଲି ଏବେ ଅନୁମାନ କରାଯାଉଛି। କାରଣ କରୋନା ପରୀକ୍ଷଣ କିଟ୍‌ ଏବେ ଦେଶରେ ପ୍ରସ୍ତୁତ ହେବାରେ ଲାଗିଲାଣି। କରୋନା ପରୀକ୍ଷଣ ଲାଗି ଇକ୍ୱାଇନ୍‌ ବାୟୋଟେକ୍‌ ସ୍ୱଦେଶୀ ଆରଟି ପିସିଆର କିଟ୍‌ ଉତ୍ପାଦନ କରୁଛନ୍ତି।

କୋଭିଡ ଚିକିତ୍ସାରେ ଏହାର ପରୀକ୍ଷଣ ସବୁଠୁ ମହଙ୍ଗା ପଡୁଛି। କାରଣ ପରୀକ୍ଷଣ ଲାଗି କିଟ୍‌ ବିଦେଶରୁ ଆମଦାନୀ କରିବାକୁ ପଡୁଛି। ପରୀକ୍ଷଣ ପରେ ଆକ୍ରାନ୍ତଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଉଛି। ଯାହାର ସୁବିଧା ଅଛି ସେ ନିଜ ଘରେ ସେଲଫ ଆଇସୋଲେସନରେ ରହୁଛନ୍ତି ନଚେତ ଅନ୍ୟମାନଙ୍କ ଲାଗି ବିଭିନ୍ନ ସ୍ଥାନରେ କୋଭିଡ କେୟାର ସେଣ୍ଟର ସବୁ ସ୍ଥାପିତ ହୋଇଛି। ଏଣୁ ଚିକିତ୍ସା ଖର୍ଚ୍ଚ ହ୍ରାସ ଲାଗି ଆରଟି ପିସିଆର କିଟ୍‌ ସବୁଠୁ ଜରୁରି ଥିଲା।

ଇଣ୍ଡିଆନ ଇନିଷ୍ଟିଚ୍ୟୁଟ୍ ଅଫ ସାଇନ୍ସ(ଆଇଆଇଏସସି)ରେ ସ୍ୱଦେଶୀ ଆରଟି ପିସିଆର ବିକଶିତ କରାଯାଇଛି। ଏହାକୁ ଇକ୍ୱାଇନ ବାୟୋଟେକ୍ ବିକଶିତ କରିଥିବା ବେଳେ ଗ୍ଲୋବାଲ ଟିଏମ ଡାୟଗ୍ନୋଷ୍ଟିକ କିଟ୍‌ ନାମରେ ନାମିତ କରାଯାଇଛି। ଏହି କିଟ୍‌କୁ ଡାକ୍ତରୀ ଗବେଷଣା ପରିଷଦ (ଆଇସିଏମଆର)ଙ୍କ  ଅନୁମୋଦନ ମଧ୍ୟ ମିଳିଛି। ମିଳିଥିବା ସୂଚନା ଅନୁସାରେ ଏହି କିଟ୍‌ ମାତ୍ର ଦେଢଘଣ୍ଟାରେ କରୋନା ଭାଇରସ ଯାଞ୍ଚର ସଠିକ ବିବରଣୀ ଦେଇପାରୁଛି।

   Related Posts