Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିବଗଂତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ମାଆଙ୍କ ପରଲୋକ, 70 ବୟସରେ କୋଭିଡରେ ଚାଲିଗଲା ଜୀବନ
  • ||
  • କାୟା ମେଲାଉଛି କରୋନା, ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ପଜିଟିଭ୍ ଚିହ୍ନଟ
  • ||
  • ପାଟଣା : ହାଇଓ୍ୱାକୁ ପିଟିଲା ଅଟୋ, ୭ ଗୁରୁତର
  • ||
  • ପଶ୍ଚିମବଙ୍ଗ : ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଭାଗ୍ୟ ନିର୍ଦ୍ଧାରଣ କରିବେ ୩୪୨ ପ୍ରାର୍ଥୀ
  • ||
  • ରାଜ୍ୟରେ ଏଥର କମ୍ ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହେବ ଅଧିକ ଲଘୁଚାପ
  • ||
  • ଲମତାପୁଟ : ଗଞ୍ଜେଇ ବୋଝେଇ କାର୍‌ ଜବତ, ୨ଗିରଫ
  • ||
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

ଗଞ୍ଜାମରେ କମୁଛି କରୋନା ସଂକ୍ରମଣ : ୩ ଲକ୍ଷରୁ ଅଧିକ ଟେଷ୍ଟିଂ, ସୁସ୍ଥ ହାର ୯୪ ପ୍ରତିଶତ

8/09/2020 at 12:30 PM

ବ୍ରହ୍ମପୁର ୦୮।୦୯: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଧୀରେ ଧୀରେ ସୁଧୁରୁଛି । ଲଗାତାର କିଛି ଦିନ ହେଲା ଜିଲ୍ଲାରେ କରୋନା ଗ୍ରାଫ୍‌ ତଳମୁହାଁ ରହିଛି । ଯାହାଫଳରେ କି ସଂକ୍ରମଣ ତାଲିକାରେ ଦିନ ଟପ୍‌ରେ ଥିବା ଗଞ୍ଜାମ ଜିଲ୍ଲାରେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ଏହିପ୍ରରିପେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲାରେ ୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ୮୧୨ରେ ପହଞ୍ଚିଛି ।

ସେହିପରି ଜିଲ୍ଲାରେ ୭୭୭ଟି ଆକ୍ଟିଭ୍‌ କେସ୍‌ ଥିବା ବେଳେ ୧୭ହଜାର ୮୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ମୋଟ ୨୦୯ଜଣ କରୋନାରେ ମୃତ୍ୟୁ ହୋଇସାରିଛି। ଗତ ୪ତାରିଖରେ ଦିନ ଗଞ୍ଜାମରେ ୯୭ଜଣ, ୭ତାରିଖରେ ୯୧ଜଣ, ୮ତାରିଖରେ ୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୨ହଜାର ୪୩୪ଜଣଙ୍କ କରୋନା ଟେଷ୍ଟ କରାଯାଇଛି । ଜିଲ୍ଲାରେ ସୁସ୍ଥ ହାର ୯୪ ପ୍ରତିଶତ ରହିଛି ।

   Related Posts