ଆରମ୍ଭ ହେଲା ସେବାୟତଙ୍କ କୋଭିଡ୍ ପରୀକ୍ଷା, ଆଜି ମୋଟ୍ ୯୦୪ ଜଣଙ୍କର ହେଲା ଟେଷ୍ଟ

Published By : Prameya-News7 Bureau | June 25, 2020 IST

ପୁରୀ ୨୫।୬: ଆରମ୍ଭ ହେଲା ସେବାୟତଙ୍କ କୋଭିଡ୍ ପରୀକ୍ଷା । ଆଜି ଦିନ ୧୦ଟାରୁ ଉତ୍କଳ ହିନ୍ଦୀ ବିଦ୍ୟାଳୟରେ ୪୦୦ ସୁଆର ନିଯୋଗ ସେବାୟତଙ୍କ କୋଭିଡ୍ ଟେଷ୍ଟ ହୋଇଥିବାବେଳେ ବାଗେଡିଆ ଧର୍ମଶାଳାରେ ୨୦୦ ଜଣ ଶ୍ରୀମନ୍ଦିର କାର୍ଯ୍ୟାଳୟ କର୍ମଚାରୀଙ୍କ ଟେଷ୍ଟ ହୋଇଛି ।

{"id":291310,"sizeSlug":"large"}

ସେହିଭଳି ମାର୍କଣ୍ଡେୟ ବାଳିକା ସ୍କୁଲ୍ ରେ ୧୦୪ ଜଣ ବିମାନବାଡୁ ନିଯୋଗ ସେବାୟତ ଏବଂ ପୁଷ୍ପାଳକ ନିଯୋଗର ୨୦୦ ଜଣଙ୍କ କୋଭିଡ୍ ଟେଷ୍ଟ ହୋଇଛି । ଆଜି ସମୁଦାୟ ୯୦୪ ଜଣଙ୍କ ଟେଷ୍ଟ ହୋଇଛି । ଆସନ୍ତାକାଲି ଦିନ ଦଶଟା ବେଳେ ପୂଜାପଣ୍ଡା (୩୦୦), ଗରାବଡୁ ନିଯୋଗ (୧୭୨), ଖୁଣ୍ଟିଆ (୧୨୦), ବଡସୁଆର (୭୫), ସୈାରବଡୁ (୨), ବୈରଖିଆ (୨), ମୁଲିଆସୁଅଂଶିଆ (୨) ଙ୍କର ଟେଷ୍ଟ ହେବ ।

{"id":291311,"sizeSlug":"large"}

ଅଫିସ୍ ଷ୍ଟାଫ୍ ଏବଂ ଆଉଟ୍ ସୋର୍ସିଂ ଷ୍ଟାଫ (୪୦୦) ଙ୍କ ଟେଷ୍ଟ ହେବ । ୨୭ ଓ ୨୮ ତାରିଖ ଦିନ ଅନ୍ୟ ସେବାୟତଙ୍କ ଟେଷ୍ଟ ହେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.