ପୁରୀରେ ସେବାୟତ ଓ ପୋଲିସଙ୍କ ହେବ କୋଭିଡ୍ ଟେଷ୍ଟ, ବାହୁଡା ପୂର୍ବରୁ ସାରିବାକୁ ଲକ୍ଷ୍ୟ

Published By : Prameya-News7 Bureau | June 24, 2020 IST

ପୁରୀ ୨୪।୦୬:  ପୁରୀରେ ସରିଛି ରଥଯାତ୍ରା । କୋଭିଡ୍‌ -୧୯ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ସଚେତନତା ପାଇଁ ପଦକ୍ଷେପ ନିଆଯାଉଛି । ପୁରୀରେ ସେବାୟତ ଓ ପୋଲିସଙ୍କର କୋଭିଡ୍‌ ଟେଷ୍ଟ କରାଯିବ । ବାହୁଡା ପୂର୍ବରୁ ସମସ୍ତଙ୍କର କୋଭିଡ୍‌ ଟେଷ୍ଟ କରାଯିବ ବୋଲି  ଘୋଷଣା କରାଯାଇଛି ।

ପୁରୀରେ ପ୍ରଶାସନ ପକ୍ଷରୁ ପୋଲିସ ଏବଂ ସେବାୟତଙ୍କୁ ମିଶାଇ ମୋଟ ୫ ହଜାରରୁ ଅଧିକ ଲୋକଙ୍କ କୋଭିଡ ଟେଷ୍ଟ କରାଯିବ।  ଅଢ଼େଇ ହଜାର ସେବାୟତଙ୍କର ଦୁଇଥର କରୋନା ଟେଷ୍ଟ କରାଯିବ।  ଏଥିସହିତ ଶ୍ରୀମନ୍ଦିର, ପୌରପାଳିକା ଓ ପୋଲିସ, ସଫେଇ କର୍ମଚାରୀଙ୍କ  ମଧ୍ୟ କରୋନା ଟେଷ୍ଟ କରାଯିବ। ସେହପରି ବରିଷ୍ଠ ଅଧିକାରୀଙ୍କର ମଧ୍ୟ ସାମ୍ପଲ ପରୀକ୍ଷା କରିବାକୁ ସ୍ଥିର ହୋଇଛି ।   ବାହୁଡ଼ା ପୂର୍ବରୁ ଏମାନଙ୍କର ଟେଷ୍ଟ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥିସହିତ ରଥଯାତ୍ରା ସହିତ ସଂପୃକ୍ତ ହେଉଥିବା ସେବାୟତ ଏବଂ କର୍ମଚାରୀମାନଙ୍କ ପରିବାରକୁ  ମଧ୍ୟ କୋଭିଡ ନେଇ  ସଚେତନ କରାଯିବ।

 ସେପଟେ ରଥଯାତ୍ରାରେ ନିୟୋଜିତ ୧ ହଜାରରୁ ଅଧିକ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ କୋଭିଡ ଟେଷ୍ଟ ଚାଲିଛି । ଗୋପବନ୍ଧୁ ଆୟୁରର୍ବେଦିକ ହସ୍ପିଟାଲରେ ସେମାନଙ୍କର ନମୁନା ସଂଗ୍ରହ ହୋଇଛି । ଆସନ୍ତାକାଲି ଛତିଶା ନିଯୋଗର ବୈଠକ ବସିବ। ଏଥିରେ ଶ୍ରୀଜୀଉଙ୍କ ନୀତିକାନ୍ତି ସହିତ କୋଭିଡ ନିୟମ ମଧ୍ୟରେ କେମିତି ଏସବୁ ପାଳନ କରାଯିବ ସେନେଇ ଆଲୋଚନା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.