ରଥଯାତ୍ରାରେ ସାମିଲ ଥିବା ୪ହଜାର ସେବାୟତଙ୍କ ହେବ କୋଭିଡ଼ ଟେଷ୍ଟ, ଚାରି ଦିନ ଧରି ଚାଲିବ ସ୍ୱାବ ସଂଗ୍ରହ

Published By : Prameya-News7 Bureau | July 11, 2020 IST

ପୁରୀ ୧୧।୦୭: ରଥଯାତ୍ରାରେ ସାମିଲ୍ ଥିବା ୪ହଜାରରୁ ଅଧିକ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ। ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ମାର୍କଣ୍ଡେଶ୍ବର ସାହି ବାଳିକା ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଗାଡ଼ିଆ ଧର୍ମାଶଳାରେ ଏଥିପାଇଁ ସ୍ବାବ ସଂଗ୍ରହ କେନ୍ଦ୍ର ଖୋଲାଯାଇଛି । ଚାରିଦିନ ଧରି ସ୍ବାବ୍ ସଂଗ୍ରହ ପରେ ରିପୋର୍ଟ ଆସିଲେ ସୁପ୍ରିମକୋର୍ଟଙ୍କ ନିକଟରେ ଏହା ଦାଖଲ ହେବ ବୋଲି ନିଷ୍ପତ୍ତି ହୋଇଛି।

ତେବେ ରଥଯାତ୍ରା ପୂର୍ବରୁ ବି ବିଭିନ୍ନ ନିଯୋଗର ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ସେବାୟତଙ୍କ ପରିବାରକୁ କରୋନା ଉପରେ ସଚେତନତା ସହ ସାନିଟାଇଜର ବଣ୍ଟାଯାଇଥିଲା। ବୟନିକାଠାରୁ ୫ହଜାର ମାସ୍କା କିଣାଯାଇ ସମସ୍ତଙ୍କୁ ବଣ୍ଟାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.