Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଆରମ୍ଭ ହେଲା କୋଭିଡ଼ ଟେଷ୍ଟ, ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ହେବ ସମସ୍ତଙ୍କ ନମୁନା ସଂଗ୍ରହ

28/11/2021 at 11:03 AM

ଭୁବନେଶ୍ୱର ୨୮।୧୧: ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆରମ୍ଭ ହୋଇଛି କୋଭିଡ଼ ଟେଷ୍ଟ । ବିଧାନସଭା ପରିସରରେ ଚାଲିଛି କୋଭିଡ଼ ଟେଷ୍ଟ । ସଦସ୍ୟଙ୍କ ସହ ବିଧାନସଭା କର୍ମଚାରୀ, ସୁରକ୍ଷାକର୍ମୀଙ୍କର ଆରଟିପିସିଆର ସହ ଆଣ୍ଟିବଡ଼ି ଟେଷ୍ଟ ମଧ୍ୟ କରାଯାଉଛି । ଏହା ୩ ଦିନ ଧରି ଚାଲିବ ।

ତେବେ ଏହା ପୂର୍ବରୁ ବାଚସ୍ପତିଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ବିଧାନସଭାର ସମସ୍ତ ସଦସ୍ୟଙ୍କ ଆଣ୍ଟିବଡ଼ି’ ପରୀକ୍ଷା କରାଯିବା । ଏହା ସହ ଆଜି ବିଧାନସଭା  ପରିସରରେ  ସମସ୍ତ ସଦସ୍ୟଙ୍କ  କୋଭିଡ଼ ନମୁନା ସଂଗ୍ରହ  ଶିବିର ଅନୁଷ୍ଠିତ ହୋଇଛି ।ଏହା ସହ ବିଧାନସଭାର ସବୁ କର୍ମଚାରୀଙ୍କ ‘ଆରଟିପିସିଆର କରାଯିବ ।ନମୁନା ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ  ହୋଇଛି । ତେଣୁ ସମସ୍ତ ପ୍ରକାର ନମୁନା ପରୀକ୍ଷା ଉପକରଣ ଓ ସରଞ୍ଜାମ ପ୍ରସ୍ତୁତ ରହି କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ତେବେ ଏହି ଟେଷ୍ଟ ପାଇଁ ବିଧାନସଭା ପରିସରରେ ଦୁଇଟି ପୃଥକ ସ୍ଥାନରେ ୨ଟି କ୍ୟାମ୍ପ କରାଯାଇଛି। ଆସନ୍ତା ଡିସେମ୍ବର ୧ରୁ ବିଧାନସଭାର  ଶୀତକାଳୀନ  ଅଧିବେଶନ ଆରମ୍ଭ ହେବ।

ସେପଟେ ବିଧାୟିକା ଲତିକା ପ୍ରଧାନ ନିଜର କୋଭିଡ ପରୀକ୍ଷା କରାଇଛନ୍ତି । କୋଭିଡ ଟେଷ୍ଟ ପରେ ଲତିକା କହିଛନ୍ତି ଯେ,  ଟେଷ୍ଟିଂ ପାଇଁ ଭଲ ବ୍ୟବସ୍ଥା ହୋଇଛି । ସୁରକ୍ଷା ପାଇଁ ସମସ୍ତେ ଟେଷ୍ଟ କରନ୍ତୁ । ଅଧିବେଶନ ପାଇଁ ସରକାରୀ ଦଳ ସଂପୂର୍ଣ୍ଣ ପ୍ରସ୍ତୁତ । ସବୁ ପ୍ରସଙ୍ଗରେ ଆଲୋଚନା କରାଯିବ । ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି ।

ସେହିପରି ଦରଦାମ ବୃଦ୍ଧି ନେଇ ବିଜଡି ବିଧାୟିକା ଲତିକା ପ୍ରଧାନ ଙ୍କ ପ୍ରତିକ୍ରିୟା । ଦରବୃଦ୍ଧି ନେଇ ରାଜରାସ୍ତାରେ ବିଜେଡି ଅଛି । ତୈଳ ଦର ଅହେତୁକ ବୃଦ୍ଧି ପାଇଥିଲା । ସମୁଦ୍ରକୁ ଶଙ୍ଖେ ଭଳି କମିଛି । ଗ୍ୟାସ ଦରବୃଦ୍ଧି ନେଇ ବିଜୁ ଜନତା ଦଳ ବିରୋଧ ଜାରି ରଖିଛି । ନକମିବି ଯାଏଁ ଏମିତି ବିରୋଧ ହେବ । ଦରବୃଦ୍ଧି ପାଇଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ କାରକେଡକୁ ଅଣ୍ଡା ମାଡ ପ୍ରସଙ୍ଗ । ଘଟଣାକୁ ତୀବ୍ର ନିନ୍ଦା କଲେ ଲତିକା । ଧାର୍ମିକ କାମରେ ମୁଖ୍ୟମନ୍ତ୍ରୀ ପୁରୀ  ଯାଇଥିଲେ । ଯେଉଁମାନେ ଏଭଳି କରିଛନ୍ତି ତାଙ୍କୁ ଭଗବାନ ଉଚିତ ଶାସ୍ତି ଦେବେ ।

   Related Posts