ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ ହେବ କରୋନା ଟେଷ୍ଟ, ରିପୋର୍ଟ ପଜିଟିଭ୍ ଆସିଲେ ମିଳିବନି ଅନୁମତି

Published By : Prameya-News7 Bureau | May 15, 2021 IST

ଖଲ୍ଲିକୋଟ ୧୫।୫: କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣା ମଧ୍ୟରେ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିବାହରେ ୫୦ ଲୋକ ଏକାଠି ହୋଇପାରିବେ । ଏଥିପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ । ଏଭଳି ସମୟରେ ଗଞ୍ଜାମ ଜିଲ୍ଲାରେ କେହି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ କରାଇବେ । କୌଣସି ସଦସ୍ୟଙ୍କର ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଜଣାପଡ଼ିଲେ ବାହାଘରକୁ ଅନୁମତି ଦିଆଯିବ ନାହିଁ । ଶନିବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହା କହିଛନ୍ତି । ଏ ସମ୍ପର୍କରେ ଉପଜିଲ୍ଲାପାଳମାନଙ୍କୁ କୁହାଯାଇଛି । ବିବାହ ଭୋଜି ବେଳେ କରୋନା ଗାଇଡଲାଇନ୍ ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେପଟେ ସକାଳ ୬ଟା ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମଦ ହୋମ ଡେଲିଭେରୀକୁ ଅନୁମତି ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସପ୍ତାହନ୍ତ ସଟଡାଉନ୍ ଶନିବାର, ରବିବାର ମଦ ଦୋକାନ ବନ୍ଦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.