କରୋନାର ନୂଆ ଷ୍ଟ୍ରେନ୍ ପରେ ଚିନ୍ତା ବଢାଇଲାଣି 'ମସ୍ତିଷ୍କଖିଆ ଏମିବା', ଶରୀରରେ ଏମିତି କରୁଛି କ୍ଷତି

Published By : Prameya-News7 Bureau | December 23, 2020 IST

ନୂଆଦିଲ୍ଲୀ ୨୩।୧୨: ବିପର୍ଯ୍ୟୟ ଏବଂ ଦୁଃସ୍ଵପ୍ନ ପାଲଟିଥିବା ୨୦୨୦ ବର୍ଷ ବିଦାୟ ନେବାକୁ ଯାଉଛି। ଏହି ବର୍ଷରେ ଆମେ ମହାମାରୀ କରୋନାକୁ ପ୍ରାୟତଃ ପରାସ୍ତ କରି ନୂତନ ବର୍ଷରେ ନୂତନ ଭାବେ ଜୀବନକୁ ଆରମ୍ଭ କରିବାକୁ ଯାଉଥିବା ବେଳେ ଏବେ ଏମିବା ରୂପେ ଏକ ନୂତନ ରୋଗ ଭୟ ସୃଷ୍ଟି କଲାଣି। ଏହା କୋଭିଡ୍-୧୯ ତୂଳନାରେ ବହୁତ ସଂକ୍ରାମକ ଏବଂ ମାରାତ୍ମକ ହୋଇପାରେ। ଏହାକୁ 'ମସ୍ତିଷ୍କଖିଆ ଏମିବା' କୁହାଯାଉଛି।

ଏହି ରହସ୍ୟମୟ ରୋଗ ଆନ୍ଧ୍ର ପ୍ରଦେଶର ଜିଲ୍ଲାର ଏଲୁରରୁ ଚିହ୍ନଟ ହୋଇଛି। ଏହି ରୋଗରେ ଶତାଧିକ ଲୋକ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ସଭିଙ୍କ ସତର୍କ ଘଣ୍ଟି ସଦୃଶ ହୋଇଛି।

ଏକ ନୂତନ ଭୟାବହ ମସ୍ତିଷ୍କ ଖାଉଥିବା ଏମିବା ଏବେ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି। ବୈଜ୍ଞାନିକଙ୍କ ମତରେ ଏହି ସଂକ୍ରାମକ ଜୀବାଣୁ ଦ୍ରୁତ ଗତିରେ ବ୍ୟାପିପାରେ। ଏହା ମସ୍କିଷ୍କ ଫୁଲିବା ଏବଂ ବହୁ ଜଟିଳ ରୋଗ କାରଣ ହୋଇପାରେ। ଏହି ବିପଦଜ୍ଜନକ ରୋଗ ସଂଯୁକ୍ତ ରାଷ୍ଟ୍ର ଆମେରିକାର ଦକ୍ଷିଣ ପ୍ରାନ୍ତରେ ପ୍ରଥମେ ଚିହ୍ନଟ ହୋଇଥିଲା। ପାଣିପାଗ ପରିବର୍ତ୍ତନ ସହ ଏହା ଦ୍ରୁତ ଗତିରେ ୟୁଏସର ଉତ୍ତର ରାଜ୍ୟକୁ ଗତି କରିଥିଲା। ଏମିବା ଆକୃତିର ଏହି ଜୀବାଣୁ ଶରୀରର ମହତ୍ଵପୂର୍ଣ୍ଣ ଅଂଶକୁ କ୍ଷତି କରିପାରେ ଏବଂ ମସ୍ତିଷ୍କ ଫୁଲିଥାଏ।

ସାଧାରଣତଃ ଗରମ ଏବଂ ଉଷୁମ ପାଣିରେ ଏହି ଏମିବା ଦେଖିବାକୁ ମିଳେ। ଜଳବାୟୁ ପରିବର୍ତ୍ତନ ଏହି ରୋଗକୁ ଆମେରିକାର ଅନ୍ୟ ଭାଗକୁ ବ୍ୟାପିବାରେ ସାହାଯ୍ୟ କରୁଛି। ବିଶେଷଜ୍ଞଙ୍କୁ ଏହା ଭୟ ଯେ ସମଗ୍ର ଦୁନିଆର ଅନ୍ୟ ଦେଶରେ ବଢୁଥିବା ତାପମାତ୍ରାରେ ଏହି ଜୀବାଣୁ ବ୍ୟାପିବାର କ୍ଷମତା ରହିଛି।

ଏମିବା ଯାହାକୁ ନିଗଲେରିଆ ଫାଉଲରଲୀ କୁହାଯାଏ। ଏହା ଏକକ କୋଷିକା ଏମିବା ଅଟେ। ସାଧାରଣତଃ ନଦୀ, ପୋଖରୀ ଏବଂ ହ୍ରଦ ପରି ମିଠା ପାଣିରେ ଏହା ଦେଖାଯାଏ। ଏହାର ସଂକ୍ରମଣକୁ ପାମ୍ କୁହାଯାଏ।

ଏହି ସଂକ୍ରମଣ ବର୍ତ୍ତମାନ ଦୁନିଆ ପାଇଁ ବିରଳ ରୋଗ ଅଟେ। ରୋଗ ନିୟନ୍ତ୍ରଣ ଓ  ନିର୍ବାପକ କେନ୍ଦ୍ର(ସିଡିଆର) ଅନୁଯାୟୀ, ଗତ ୧୦ ବର୍ଷରେ ଏ ପର୍ଯ୍ୟନ୍ତ କେବଳ ୩୪ ଜଣଙ୍କଠାରେ ଏହି ରୋଗ ଚିହ୍ନଟ ହୋଇଛି।  ଜଳରେ ପହଁରିବା ଏବଂ ଗଭୀର ଜଳକୁ ପ୍ରବେଶ କରିବା ଦ୍ଵାରା  ଏହି ରୋଗ ସହଜରେ ବ୍ୟାପିଥାଏ।

ରୋଗର ଲକ୍ଷଣ

ରିପୋର୍ଟ ଅନୁଯାୟୀ, ଶରୀର ସଂକ୍ରମିତ ହେବାର ୨୪ ଘଣ୍ଟା ପରେ ରୋଗର ଲକ୍ଷଣ ଦେଖିବାକୁ ମିଳିଥାଏ। ଏଥିରେ ମୁଣ୍ଡ ବ୍ୟଥା ଆରମ୍ଭ ହୋଇଥାଏ, ଯାହା ପ୍ରାରମ୍ଭିକ ସୂଚନା ମିଳିଥାଏ।

ମସ୍ତିଷ୍କ ଉପରେ ଆକ୍ରମଣ କରିବା ପରେ ମସ୍ତିଷ୍କକୁ ଖାଉଥିବା ଏମିବା ମାରାତ୍ମକ ସାବ୍ୟସ୍ତ ହୋଇପାରେ। ରିପୋର୍ଟ ଅନୁଯାୟୀ, କୀଟାଣୁ ନାକ ମାଧ୍ୟମରେ ମସ୍ତିଷ୍କରେ ପ୍ରବେଶ କରିପାରେ। ସବୁଠୁ ବଡ କୌତୁହଳର ବିଷୟ ଯେ, କୀଠାଣୁ ପାଟି ଦେଇ ପ୍ରବେଶ କଲେ ଏହା ସଂକ୍ରମଣର କାରଣ ହୋଇନଥାଏ।

ଏହାର ଲକ୍ଷଣ ଗୁଡିକ କୌଣସି ପ୍ରକାରର ମେନିନଜାଇଟିସ୍‌ ପରି ସମାନ ହୋଇଥାଏ। ଏହା ଡାକ୍ତରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ, କାରଣ ଅନେକ ରୋଗୀ ଏହାର ଭୁଲ ଚିକିତ୍ସା କରାଇଥାନ୍ତି। ପ୍ରଥମରୁ ଦେଖା ଯାଉଥିବା ଏହାର ଲକ୍ଷଣ ଏତେ ବଡ ରୋଗର କାରଣ ହୋଇଥିବ କେହି ଜାଣି ପାରନ୍ତି ନାହିଁ।

ଏହି ରୋଗର ଆଉ କିଛି ଲକ୍ଷଣ  ଗୁଡିକ ହେଲା ବାନ୍ତି, ଭୀଷଣ ଜ୍ଵର ହେବା, ମୁଣ୍ଡ ବୁଲାଇବା, ମାନସିକ ସ୍ତିତିରେ ପରିବର୍ତ୍ତନ ଘଟିବା, ମୁଣ୍ଡ ବ୍ୟଥା ଏବଂ ବେକ ପୀଡା ହେବ।

ଗୁରୁତର ପରିସ୍ଥିତିରେ, ଏହି ମାରାତ୍ମକ ରୋକ ଅନେକ ଅଙ୍ଗକୁ ଅକାମୀ କରିଦିଏ। କେତେକ ଦୁର୍ବଳତା, ମାଂସପେଶୀ ସ୍ପାମ୍, ବାକ୍ ଶକ୍ତି ହରାଇବା ବିଷୟରେ ମଧ୍ୟ ରିପୋର୍ଟ ରହିଛି।

କେମିତି ନିଜକୁ ମୁକ୍ତ ରଖିବେ

ଏହି ସଂକ୍ରାମଣର ପ୍ରସାର ରୋକିବାର କୌଣସି ସ୍ପଷ୍ଟ ପ୍ରକ୍ରିୟା ନାହିଁ। ବିଶେଷଜ୍ଞଙ୍କ ମତରେ ଅଧିକ ସମୟ ନପହଁରିବା, ଜଳରେ ଡାଇଭିଙ୍ଗ କରିବା ପରି ବିପଦପୂର୍ଣ୍ଣ ଗତିବିଧିରୁ ଦୂରେଇ ରଖନ୍ତୁ। ଘରର ଚଟ୍ଟାଣକୁ ସଫା ସୁତୁରା ରଖନ୍ତୁ। ଘରର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ସ୍ଵଚ୍ଛ ରୁହନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.