Covid: ଭାରତକୁ ମହାମାରୀ ଆଣିବାରେ ଦୁବାଇ ଓ ବ୍ରିଟେନ ଯାତ୍ରୀଙ୍କ ସଂଖ୍ୟା ସର୍ବାଧିକ

Published By : Prameya-News7 Bureau | September 27, 2020 IST

ନୂଆଦିଲ୍ଲୀ ୨୭।୯: ସାରା ଭାରତରେ ବ୍ୟାପିଯାଇଛି କରୋନା ଭାଇରସ ମହାମାରୀ। ଦୈନିକ ହଜାର ହଜାର ଲୋକେ ସଂକ୍ରମିତ ହେଉଥିବା ବେଳେ ଅନେକ ପ୍ରାଣ ହରାଉଛନ୍ତି। ତେବେ ଭାରତକୁ ବ୍ରିଟେନ ଓ ଦୁବାଇରୁ ଆସିଥିବା ଯାତ୍ରୀ କରୋନା ଭାଇରସ ମହାମାରୀର ପ୍ରାରମ୍ଭିକ ସ୍ରୋତ ଥିଲେ ବୋଲି ଆଇଆଇଟି ମଣ୍ଡିର ବିଶ୍ଲେଷଣରୁ ଜଣାପଡିଛି। ଜର୍ଣ୍ଣାଲ ଟ୍ରାଭେଲ ଅଫ ମେଡିସିନରେ ପ୍ରକାଶିତ ସନ୍ଦର୍ଭରେ ଭାରତୀୟ ରାଜ୍ୟମାନଙ୍କୁ କୋଭିଡ-୧୯ର ପ୍ରବେଶ ମୁଖ୍ୟତଃ ବିଦେଶ ଫେରନ୍ତା ଥିଲେ ବୋଲି କୁହାଯାଇଛି।

{"id":335382,"sizeSlug":"large"}

ଆଇଆଇଟି ମଣ୍ଡିର ସହାୟକ ପ୍ରାଧ୍ୟାପକ ସରିତା ଆଜାଦ କହିଛନ୍ତି ଯେ ଏଥିଲାଗି ଆମେ ବୈଶ୍ୱିକ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଅଧ୍ୟୟନ କରିଛୁ। ଏଥିରେ ଭାରତରେ କରୋନା ସଂକ୍ରମଣ ବ୍ୟାପିବାର ମୁଖ୍ୟକାରଣ ଚିହ୍ନଟ କରିବା ବେଳେ ଏହି ତଥ୍ୟ ମିଳିଛି। ରୋଗୀଙ୍କ ଯାତ୍ରା ଇତିହାସ ସନ୍ଧାନ କରିବା ବେଳେ ସଂକ୍ରମିତଙ୍କ ସମ୍ପର୍କ ହୁଏତ ଦୁବାଇ ଅଥବା ବ୍ରିଟେନ ସହ ଥିବା ଜଣାପଡିଥିଲା।

{"id":335383,"width":581,"height":436,"sizeSlug":"large"}

ଏଥିଲାଗି ଜାନୁୟାରୀରରୁ ଏପ୍ରିଲ ପର୍ଯ୍ୟନ୍ତ ଲୋକଙ୍କ ଯାତ୍ରା ଇତିହାସ ଯାଞ୍ଚ କରାଯାଇଥିଲା। ଏଥିରୁ ଭୂତାଣୁର ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରସାରଣ ଚିତ୍ର ପ୍ରସ୍ତୁତ ହୋଇଥିଲା। ଏହି ଚିତ୍ରର ସୋସିଆଲ ନେଟୱାର୍କ ଅଧ୍ୟୟନ ବେଳେ ଦେଶକୁ କୋଭିଡ-୧୯ର ପ୍ରବେଶ ଦୁବାଇ ଓ ବ୍ରିଟେନ ରାସ୍ତାରେ ହୋଇଥିବା ଜଣାପଡିଥିଲା। ୧୪୪ ଜଣ ସଂକ୍ରମିତଙ୍କ ସମ୍ପର୍କ ଦୁବାଇ ସହ ଥିବା ବେଳେ ୬୪ ଜଣ ବ୍ରିଟେନ ସମ୍ପର୍କିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.