କରୋନାକୁ ମାତ୍ ଦେଲେ ବ୍ରିଟେନ୍ ବାସୀ : ସୁଧୁରିଛି ସ୍ଥିତି, ଏଣିକି ଖୋଲିବ ପବ୍ ଓ ଥିଏଟର

Published By : Prameya-News7 Bureau | May 11, 2021 IST

ବ୍ରିଟେନ୍ ୧୧/୫ : ଏଣିକି ବ୍ରିଟେନ ବାସୀ ଯାଇପାରିବେ ପବ୍ ସିନେମା ଥିଏଟର । ମେ ୧୭ ରୁ କୋଭିଡ କଟକଣା ହଟାଇବାକୁ ଘୋଷଣା କରିଛନ୍ତି ଏଠାକାର ସରକାର । ଗଣମାଧ୍ୟମରେ ଭାବୁକ ଭରା ପୋଷ୍ଟ ପ୍ରକାଶ ପାଇଛି କି ସମ୍ପର୍କୀୟ ଓ ଘନିଷ୍ଠ ଲୋକଙ୍କୁ ଆଲିଙ୍ଗନ କରିବା ବି ସହଜ ହେବ । କେବଳ ସେତିକି ନୁହେଁ ଛୁଟିଦିନ ପାଳନ କରିବାକୁ ସମର୍ଥ ହେବେ ଏଠାକାର ଲୋକେ ।

ଯେଉଁଠି ଭାରତ କରୋନା ସହ ଲଢେଇ କରୁଥିବା ଦେଖିବାକୁ ମିଳିଛି । ଆଉ ଏପଟେ ବ୍ରିଟେନରେ ଦେଖାଦେଇଛି ଖୁସିର ଲହର । ଏହିପରି ଖବର ଯାହାକି ଏକ ଆଶାର କିରଣ ସୃଷ୍ଟି କରିଛି । ଉଲ୍ଲେଖନୀୟ ଯେ ଗତ କିଛି ମାସ ମଧ୍ୟରେ ବ୍ରିଟେନ ଷ୍ଟେନ୍ ଯୋଗୁଁ ସ୍ଥିତି ଅଧିକ ଖରାପ ହୋଇଯାଇଥିଲା । ସାମାନ୍ୟ କରୋନା ଭୂତାଣଉ ଅପେକ୍ଷା ବ୍ରିଟେନ୍ ଭ୍ୟାରିୟାଣ୍ଟ ପାଇଁ ଲୋକେ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇପଡିଥିଲେ ।

wp:gallery {"ids":[451009],"linkTo":"none"} /wp:gallery

ତେବେ ଦୀର୍ଘ ଦିନ ପରେ ଏଠାକାର ସ୍ଥିତିରେ ସୁଧାର ଆସିଛି । ଫଳରେ ସବୁ ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଆସନ୍ତା ୧୭ରୁ ସବୁ କଟକଣା ହଟାଇବାକୁ ନିଷ୍ପତ୍ତି ହୋଇଛି । ଏପରିକି ବ୍ରିଟିଶରମାନେ ସେମାନଙ୍କ ସମ୍ପର୍କୀୟ ଏବଂ ଘନିଷ୍ଠ ଲୋକଙ୍କୁ ଆଲିଙ୍ଗନ କରିବାକୁ ସକ୍ଷମ ହେବେ । ଲୋକମାନେ ଆରାମରେ ବାର୍ ଏବଂ ପବ୍ କୁ ବି ଯାଇପାରିବେ । ଛୁଟିଦିନ ପାଳନ ସହ ନିଜ ପ୍ରିୟଜନଙ୍କ ଶେଷ ଯାତ୍ରାରେ ମଧ୍ୟ ସାମିହ ହୋଇପାରିବେ । ଚଳଚ୍ଚିତ୍ର, ହୋଟେଲ, ସଂଗ୍ରହାଳୟ ପୁଣି ଥରେ ଖୋଲିବ । ହେଲେ ସ୍ଥିତି ଦେଖି ସର୍ତ୍ତମୂଳକ ଭାବେ ଖୋଲାଯିବ । ୨୧ ଜୁନ୍ ସୁଦ୍ଧା ତାଲା ବନ୍ଦ ହଟାଇବାକୁ ବିଚାର କରୁଛନ୍ତି ବ୍ରିଟିଶ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.