କୋଭିଡ ସ୍ଥିତି ସମୀକ୍ଷା କଲେ ଡିଜିପି : ପୋଲିସ ଓ ଗଞ୍ଜାମବାସୀଙ୍କୁ ଜଣାଇଲେ ଧନ୍ୟବାଦ

Published By : Prameya-News7 Bureau | May 08, 2021 IST

ବ୍ରହ୍ମପୁର ୮/୫ : ବ୍ରହ୍ମପୁରରେ କୋଭିଡ୍ ପରିଚାଳନା ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ସ୍ଥିତି ସମୀକ୍ଷା ପରେ ସେ କହିଛନ୍ତି ମୁଁ ସନ୍ତୋଷ ଜନକ ଅଛି । ପୋଲିସ୍ ଏବଂ ଗଞ୍ଜାମବାସୀଙ୍କୁ ଅଶେଷ୍ ଧନ୍ୟବାଦ ଜଣାଉଛି ସହଯୋଗ କରିଥିବାରୁ । ପୂର୍ବଭଳି ଘରୁ ବାହାରକୁ ବାହାରନ୍ତୁ ନାହିଁ । ନିହାତି ଦରକାର ହେଲେ ମାସ୍କ୍ ପରିଧାନ କରି ବାହାରକୁ ଯାଆନ୍ତୁ । ସେହିଭଳି ଗହଳି ନକରି ଯଥାସମ୍ଭ ଚେନ୍ ଭାଙ୍ଗିବାକୁ ଚେଷାଟ କରନ୍ତୁ ।

ଏଠାରେ ପୋଲିସ୍ ବିଭାଗ ଭଲ କାମ କରୁଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଡିଜିପି । ସେହିପରି ଡିଆଇଜିଙ୍କ ସମ୍ମିଳନୀ କକ୍ଷରେ କୋଭିଡ ନେଇ ଦକ୍ଷିଣାଞ୍ଚଳରେ କୋଭିଡ ସ୍ଥିତି ଆଲୋଚନା କରିଛନ୍ତି । ସମୀକ୍ଷା ବୈଠକରେ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପୀନାକ ମିଶ୍ର , ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ଥିଲେ । ଏହାପରେ ସେ ଓଡିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳ ଗିରିଶୋଳାରେ ବୁଲି ପରିଖିଥିଲେ ସ୍ଥିତି । ଚେକିଂ ବ୍ୟବସ୍ଥା କେମିତି କରାଯାଉଛି ତାହା ଦେଖିଛନ୍ତି ଡିଜିପି । ପୋଲିସ୍ କାର୍ଯ୍ୟଶୈଳୀ, ଚେକିଂ ବ୍ୟବସ୍ଥା ସନ୍ତୋଷଜନକ ଥିବା କହିଛନ୍ତି ଡିଜିପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.