Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ସମ୍ବଲପୁରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା, କାର୍ଯ୍ୟକ୍ଷମ ହେବ ୧୦୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ

31/05/2021 at 1:41 PM

ସମ୍ବଲପୁର ୩୧।୦୫: ସମ୍ବଲପୁର ଗୋଲବଜାର ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ । ସ୍ପର୍ଶ ସିଟି ହସ୍ପିଟାଲରେ ଏହା କାର୍ଯ୍ୟକ୍ଷମ ହେବ । ଏହାକୁ ପରିଚାଳନା କରିବ ବରଗଡ଼଼ ବିକାଶ ହସ୍ପିଟାଲ । ସମ୍ବଲପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି  ।

ତେବେ ଆସନ୍ତା ଜୁନ ୧୫ରୁ ୨୦ ଭିତରେ ଏହା କାର୍ଯ୍ୟକାରୀ ହେବ | ଏଥି ପାଇଁ ଏମସିଏଲ ପକ୍ଷରୁ ବ୍ୟୟ ବରାଦ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ଅତିଶୀଘ୍ର ଅନୁଗୁଳରେ ମଧ୍ୟ ଜେଏସପିଏଲ ଦ୍ବାରା ଏକ କୋଭିଡ ହସ୍ପିଟାଲ କାର୍ଯ୍ୟକାରୀ ହେବ । ଏନେଇ ଆଜି ସମ୍ବଲପୁର ସିଡିଏମଓ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ହୋଇଥିଲା । ଏହା ସହ ରାଜ୍ୟରେ ବର୍ତ୍ତମାନ ୩୦ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେପଟେ ବ୍ଲାକ ଫଙ୍ଗସ ମେଡିସିନ କେନ୍ଦ୍ର ସରକାର ଅଧିନରେ ଅଛି । ରାଜ୍ୟକୁ ୧୦୦ଟି ଇଂଜେକସନ ଆସିଥିବା ବେଳେ ଭୀମସାରକୁ ୩୦ଟି ଦିଆଯାଇଛି ବୋଲି ସେ କହିଛନ୍ତି । ଏହା ସହ ତୃତୀୟ ଲହରକୁ ଆଖି ଆଗରେ ରଖି  ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରୁଥିବା ମନ୍ତ୍ରୀ କହିଛନ୍ତି | ଆଗକୁ ଆହୁରି ଚାଇଲ୍ଡ କେୟାର ଖୋଲାଯିବ | ଆଜିର ବୈଠକରେ  ବିକାଶ ହସ୍ପିଟାଲର ମୁଖ୍ୟ , ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ଏସପି ପ୍ରମୁଖ ଉପସ୍ଥିତ ରହିଥିଲେ |

   Related Posts