ଭଦ୍ରକରେ ଦିନକୁ ୧୮ଶହ ଟେଷ୍ଟ ହେବ, ପ୍ରସ୍ତୁତ ହୋଇ ରହିଛି ଆଉ ୨ଟି କୋଭିଡ୍ କେୟାର ସେଣ୍ଟର

Published By : Prameya-News7 Bureau | May 13, 2021 IST

ଭଦ୍ରକ ୧୩।୫: ଭଦ୍ରକ ଜିଲ୍ଲାରେ ଦୁଇ ଦିନ ହେଲାଣି ୨୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ୧୫ ଶହ ଟେଷ୍ଟ କରାଯାଉଥିବା ବେଳେ ଏବେ ୧୨ ଶହ ଅଣ୍ଟିଜେନ୍ ଟେଷ୍ଟ ସହ ୬ ଶହ ଆରଟିପିସିଆର ଟେଷ୍ଟ ହେଉଛି  । ଭଦ୍ରକ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ସେଣ୍ଟର ହେବା ପରେ ରିପୋର୍ଟ ଖୁବ୍ ଶୀଘ୍ର ମିଳିବ । ଜିଲ୍ଲାରେ ଅଧିକାଂଶ ସଂକ୍ରମିତ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ଜିଲ୍ଲାର ୪ଟି କୋଭିଡ ଚିକିତ୍ସା କେନ୍ଦ୍ରରେ ୧୯୬ଜଣ ଚିକିତ୍ସିତ ହେଉଛନ୍ତି । ୩୪ ଜଣ ସଂକ୍ରମିତ ଅକ୍ସିଜେନ ସପୋର୍ଟରେ ଅଛନ୍ତି ।

ଭଦ୍ରକ ଜିଲ୍ଲାରେ ଏବେ ୭୬୭ ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ଓ ୧୫ ଅକ୍ସିଜେନ କନସେନଣ୍ଟେଟର ଉପଲବ୍ଧ ଅଛି । ଭେଣ୍ଟିଲେଟର ମଧ୍ୟ ପ୍ରସ୍ତୁତ ରହିଛି । ଜିଲ୍ଲାର ଆଗରପଡା ଓ ଭଣ୍ଡାରିପୋଖରୀରେ ଆଉ ଦୁଇଟି କୋଭିଡ୍ କେୟାର କେନ୍ଦ୍ର ପ୍ରସ୍ତୁତ ହୋଇ ରହିଛି । ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.