Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଟଳିନି ବିପଦ ! ପ୍ରତିଦିନ ପାଖାପାଖି ୫୦ ହଜାର Covid ସଂକ୍ରମିତ ଚିହ୍ନଟ ହେବା ବିପଦଜନକ, ଏବେବି ଆୟତରେ ନାହିଁ ସ୍ଥିତି

1/07/2021 at 9:01 PM

ନୂଆଦିଲ୍ଲୀ ୧।୭: କରୋନା ଦ୍ୱିତୀୟ ଲହର ଦେଶରେ ଥମି ଆସିଲାଣି। ସଂକ୍ରମଣ ହାର ମଧ୍ୟ କ୍ରମଶଃ ହ୍ରସ ହେଉଛି। ହେଲେବି ଦୈନିକ ଦେଶରେ ୫୦ହାଜର ପାଖାପାଖି ନୂଆ ସଂକ୍ରମିତ ଚିହ୍ନଟ ହେବା ବିପଦଜନକ ବୋଲି ବିଶେଷଜ୍ଞ କହିଛନ୍ତି। ଦୈନିକ ଏତେ ସଂଖ୍ୟକ ମାମଲା ଚିହ୍ନଟ ହେବାର ଅର୍ଥ ଆମେ ଏବେବି ବିପଦମୁକ୍ତ ହୋଇ ନାହେଁ।  ଖାସ କରି ଦେଶର କେତେକ ରାଜ୍ୟର କରୋନା ପରିସ୍ଥିତିରେ ଏପର୍ଯ୍ୟନ୍ତ ସେପରି ସୁଧାର ଦେଖାଯାଇନି।

ତେବେ ସବୁଠୁ ଡରେଇବା ଭଳି ପ୍ରସଙ୍ଗ ଯାହା ତାହା ହେଉଛି ଦେଶର ୫୦ ପ୍ରତିଶତ ସକ୍ରିୟ ମାମଲା କେବଳ ଦୁଇଟି ରାଜ୍ୟ କେରଳ ଓ ମହାରାଷ୍ଟ୍ରରେ ରହିଛି। ଏଣୁ ଏହି ଦୁଇଟି ରାଜ୍ୟରେ କରୋନା ନିୟନ୍ତ୍ରଣ ଲାଗି ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ। ଗତ କିଛି ଦିନ ହେଲା ସାରା ଦେଶରେ କରୋନା ସଂକ୍ରମଣ ହାର ହ୍ରସ ହୋଇଛି। ହେଲେ କେରଳ ଓ ମହାରାଷ୍ଟ୍ରର ପରିସ୍ଥିତିରେ ସେପରି କୌଣସି ପରିବର୍ତ୍ତନ ଆସିନାହିଁ। ଗୁରୁବାର ସାରା ଦେଶରେ ୪୮ ହଜାର ୭୮୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରୁ ୫୦ ପ୍ରତିଶତ ମାମଲା କେବଳ ମହାରାଷ୍ଟ୍ର ଓ କେରଳରୁ ମିଳିଛି।  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କୁ ପଠାଯାଇଥିବା ରିପୋର୍ଟରେ ଗୁରୁବାର କେରଳରେ ୧୩ହଜାର ୬୫୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମହାରାଷ୍ଟ୍ରରେ ୯ ହଜାର ୭୭୫ଟି ନୂଆ ମାମଲା ମିଳିଛି। ଗତ କିଛି ଦିନରୁ ନିୟମିତ ଏହି ହାରରେ ନୂଆ ସଂକ୍ରମିତ ମିଳିବା ଆଦୌ ଭଲ ସୂଚନା ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି।

ଦେଶରେ ଏବେବି ୪୫ରୁ ୫୦ ହଜାର ସକ୍ରିୟ ମାମଲା ରହିବା ପୁଣି ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ଏଡାଇ ଦେଇ ହେବନି ବୋଲି ନ୍ୟାସନାଲ କୋଭିଡ ଟାସ୍କ ଫୋର୍ସ ସଦସ୍ୟ ଡା. ଏନ.କେ.ଆରୋରା କହିଛନ୍ତି। ଯେଉଁ ପର୍ଯ୍ୟନ୍ତ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨୦ରୁ ୧୫ ହଜାର ତଳକୁ ନ ଆସିଛି ସେ ପର୍ଯ୍ୟନ୍ତ ପରିସ୍ଥିତିରେ କିପରି ପରିବର୍ତ୍ତନ ଆସିବ ସେ ନେଇ କିଛି ସ୍ପଷ୍ଟ କହି ହେବନାହିଁ ବୋଲି କହିଛନ୍ତି। ଅଧିକରୁ ଅଧିକ ଟିକାକରଣ ନ ହେବା ପର୍ଯ୍ୟନ୍ତ ଏପରି ପରିସ୍ଥିତିର ଆକଳନ ମଧ୍ୟ ଏବେ କରାଯାଇ ପାରୁନି ବୋଲି ସେ କହିଛନ୍ତି।

କେବଳ କେରଳ କି ମହାରାଷ୍ଟ୍ର ନୁହେଁ ଗୁରୁବାର ୪ହଜାର ୫୦୬ଟି ନୂଆ ମାମଲା ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କୁ ରିପୋର୍ଟ ଦିଆଯାଇଥିବା ବେଳେ କର୍ଣ୍ଣାଟକରେ ୩ହଜାର ୩୮୨, ଆନ୍ଧ୍ରପ୍ରଦେଶରେ ୩ହଜାର ୭୯୭ ଏବଂ ଓଡ଼ିଶାରୁ ୩ ହଜାର ୩୭୧ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି।

   Related Posts