ଆସନ୍ତା ୨୧ ଯାଏଁ ବୁର୍ଲା ଭିସୁଟ୍ ସଟଡାଉନ୍, ଭିମସାରେ ୧୯ତାରିଖ ଯାଏଁ ଆଉଟଡୋର ବନ୍ଦ

Published By : Prameya-News7 Bureau | July 15, 2020 IST

ସମ୍ବଲପୁର ୧୫।୦୭: ଆଜିଠାରୁ  ଆସନ୍ତା  ୨୧ ଯାଏଁ   ବୁର୍ଲା ଭିସୁଟ୍ ବା ବୀରସୁରନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ  ସଟ୍‌ଡାଉନ ।  ବୁର୍ଲାରେ କୋଭିଡ ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନେଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ ।  ଏନେଇ  ଆଜିଠାରୁ  ଆସନ୍ତା  ୨୧ ତାରିଖ ଯାଏଁ ୭ ଦିନ ଭିସୁଟ୍ ସଟଡାଉନ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

{"id":176763,"sizeSlug":"large"}

ତେବେ ପୂର୍ବରୁ ମଧ୍ୟ କରୋନା ସଂକ୍ରମଣ ଚିହ୍ନଟ ପରେ ଆସନ୍ତା ୧୮ ଯାଏଁ ଭିସୁଟକୁ ସଟଡାଉନ ଘୋଷଣା କରିଥିଲେ ଜିଲ୍ଲାପ୍ରଶାସନ ।  ଭିସୁଟରେ କରୋନା ରୋଗୀ ଚିହ୍ନଟ ଓ ସେହି ଲିଙ୍କ ଆଉ କିଛି ଚିହ୍ନଟ ହେବା ପରେ ଭିସୁଟକୁ ପୂର୍ବରୁ ଦୁଇଥର ସଟଡାଉନ ଘୋଷଣା କରାଯାଇଥିଲା । ତେବେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ସଟଡାଉନ ଘୋଷଣା କଲା ପରେ ଏହାର ଅବଧି ପୂର୍ବ ଅପେକ୍ଷା ତିନି ଦିନ ବୃଦ୍ଧି ହୋଇଛି ।   କୌଣସି ଷ୍ଟାଫ୍  ଷ୍ଟେସନ ନଛାଡନ୍ତି ସେନେଇ ମଧ୍ୟ ପତ୍ରରେ ଉଲ୍ଲେଖ ରହିଛି  ।

{"id":299919,"sizeSlug":"large"}

ସେହିପରି ଭୀମସାରରେ କରୋନା ପଜୋଟିଭ୍ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ବଡ ପଦକ୍ଷେପ  ଗ୍ରହଣ କରାଯାଇଛି  ଆଜି ଠାରୁ   ୧୯ ତାରିଖ ଯାଏଁ ବନ୍ଦ ରହିବ ରୁଟିନ୍ ଓପିଡି ସେବା ।  ଏହା ସହ ସମସ୍ତ ରୁଟିନ୍ ଅସ୍ତ୍ରୋପଚାର ମଧ୍ୟ ବନ୍ଦ ରହିବ । କାଜୁଏଲଟି ତଥା ଜରୁରୀକାଳିନ ସେବା ଏହି କଟକଣାରୁ ବାଦ୍ ଦିଆଯିବ । ସ୍ଥାନାନ୍ତର ଓ ଜରୁରୀକାଳିନ ଅବସ୍ଥାରେ ଆସୁଥିବା ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି କରାଯିବ ।

{"id":300595,"sizeSlug":"large"}

ତେବେ ପ୍ରତ୍ୟେକ ଦିନ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯିବା ପାଇଁ ନିର୍ଦେଶ ରହିଛି  । ଜରୁରୀକାଳିନ ସେବାରେ ଆସୁଥିବା ରୋଗୀ ସହିତ ଜଣେ ହିଁ ଆଟେଣ୍ଡାଣ୍ଟ ରହି ପାରିବେ । ତେବେ ହସ୍ପିଟାଲ ପରିସରରେ ସମସ୍ତ କର୍ମଚାରୀ, ରୋଗୀ ତଥା ପରିଜନ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି  ।  ଏହା ସହ କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ କହିଛି । କ୍ୟାନସର ବିଭାଗରେ ୪ ଓ ଆଇସିୟୁରେ ଜଣେ କରୋନା ପୋଜେଟିଭ୍ ଚିହ୍ନଟ ପରେ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.