Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଭାରତର ଆର୍ଥିକ ପୁନରୁଦ୍ଧାରରେ କରୋନା ଭାଇରସ ଦ୍ୱିତୀୟ ଲହର ନୂଆ ବିପଦ : ମୁଡିସ୍

13/04/2021 at 6:16 PM

ନ୍ୟୁୟର୍କ : କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ଭାରତର ଆର୍ଥିକ ପୁନରୁଦ୍ଧାର ଦିଗରେ ନୂଆ ବିପଦ ହୋଇ ଉଭା ହୋଇପାରେ। ଏପରି  ଆଶଙ୍କା କରିଛନ୍ତି ଅନ୍ତର୍ଜାତୀୟ ଆର୍ଥିକ ଆକଳନକାରୀ ସଂସ୍ଥା ମୁଡିସ୍ ଇନଭେଷ୍ଟର୍ସ ସର୍ଭିସ୍। ଦେଶରେ ମହାମାରୀର ଦ୍ୱିତୀୟ ଲହର   ନିୟନ୍ତ୍ରଣ ଲାଗି ସରକାର ଅବଲମ୍ବନ କରୁଥିବା କଟକଣା ଏକ ଋଣାତ୍ମକ ଆର୍ଥିକ ପରିସ୍ଥିତିର କାରଣ ହୋଇପାରେ, ଯାହା  ଦେଶର ଆର୍ଥିକ ପୁନରୁଦ୍ଧାର ପ୍ରକ୍ରିୟା ଲାଗି ଏକ ଆହ୍ୱାନ ହୋଇପାରେ ବୋଲି ଆଶଙ୍କା କରିଛନ୍ତି। 

ଏଜେନ୍ସୀ ସମୀକ୍ଷକମାନେ ଏକ ନୋଟ୍‌ରେ ଉପୁଜିଥିବା ପରିସ୍ଥିତିରେ ଆର୍ଥିକ ଅଭିବୃଦ୍ଧି ଆକଳନ ହୁଏତ କଷ୍ଟକର ହୋଇପାରେବୋଲି ସୋମବାର କହିଛନ୍ତି। କାରଣ ସଂକ୍ରମଣ ନିୟନ୍ତ୍ରଣ ଲାଗି ନିଆଯାଉଥିବା ପଦକ୍ଷେପ ଆର୍ଥିକ ଗତିବିଦ୍ଧିକୁ ପ୍ରଭାବିତ କରିବ। ଯାହା ଦ୍ୱାରା ଗ୍ରାହକ ଓ ବଜାରର ଭାବନା ପ୍ରଭାବିତ ହେବ। ମଙ୍ଗଳବାର ଭାରତରେ ସଂକ୍ରମଣର ୧ଲକ୍ଷ୬୧ ହଜାର ୭୩୬ଟି ନୂଆ ମାମଲା ସାମ୍ନାକୁ ଆସିଛି। ଯାହା ବ୍ରାଜିଲର ଦୈନିକ ସଂକ୍ରମଣ ହାରକୁ ପାର କରିଥିବା ବେଳେ ବିଶ୍ୱରେ ଆମେରିକା ପରେ ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ଦେଶରେ ପରିଣତ ହୋଇଛି।

ମହାରାଷ୍ଟ୍ର ଏଥିରେ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଏଠାରେ ଦେଶର ଆର୍ଥିକ ରାଜଧାନୀ ମଧ୍ୟ ରହିଛି। କରୋନା ନିୟନ୍ତ୍ରଣ ଲାଗି କଟକଣାରେ ଏବେ ସପ୍ତାହନ୍ତ ଲକଡାଉନ ହାତକୁ ନିଆଯାଇଛି। ଯାହା ଆଗକୁ ବ୍ୟାପକ କରାଯାଇପାରେ ବୋଲି  ଏବେ ଆଶଙ୍କା କରାଗଲାଣି। ହେଲେ ଏପର୍ଯ୍ୟନ୍ତ ସରକାର ଦେଶରେ ବ୍ୟାପକ ଲକଡାଉନ କରିବା ପରିବର୍ତ୍ତେ ଅନ୍ୟ କଣ୍ଟେନମେଣ୍ଟ ପଦକ୍ଷେପ ନେଉଛନ୍ତି। ଯାହା ଋଣ ନକରାତ୍ମକତାକୁ ହ୍ରାସ କରୁଛି ବୋଲି ମୁଡିସ୍‌ କହିଛନ୍ତି। ୨୦୨୧ରେ ଭାରତର ଜିଡିପି ଦ୍ୱିଅଙ୍କରେ ଅଭିବୃଦ୍ଧି କରିବାରେ ଲାଗିଛି। ଯାହା ୨୦୨୦ରେ ସର୍ବନିମ୍ନ ସ୍ତରକୁ ଖସିଯିବା ସହ ରୁଣାତ୍ମକ ହୋଇଯାଇଥିଲା। 

ତେବେ ବାର୍କଲେ ଏକ ନୋଟରେ ଭାରତ ହାତକୁ ନେଇଥିବା ବ୍ୟାପକ ଟିକାକରଣ  କାର୍ଯ୍ୟକ୍ରମ ହୁଏତ କୋଭିଡ ଦ୍ୱିତୀୟ ଲହର ଯୋଗୁ ଉପୁଜିଥିବା ପରିସ୍ଥିତିରେ ଆର୍ଥିକ ବ୍ୟାଘାତ ହ୍ରାସକରିବାରେ ସହାୟକ ହୋଇପାରେ ବୋଲି ଆଶାବ୍ୟକ୍ତ କରିଛନ୍ତି। ହେଲେ ଦେଶରେ ଦେଖା ଦେଇଥିବା ଟିକା ଅଭାବ ଚାଲିଥିବା କାର୍ଯ୍ୟକ୍ରମକୁ ଧିମା କରିପାରେ ବୋଲି ମୁଡିସ୍ ସତର୍କ କରାଇଛନ୍ତି। କିନ୍ତୁ ଭାରତ ଉପୁଜିଥିବା ପରିସ୍ଥିତିରେ ଋଷୀୟ ଟିକା ସ୍ପୁଟନିକ-୫କୁ ସ୍ୱୀକୃତି ଦେବା ପରିସ୍ଥିତି ଆୟତ୍ତରେ ସହାୟକ ହୋଇପାରେ ବୋଲି ଅନୁମାନ କରାଯାଉଛି।  

   Related Posts