ସଂକ୍ରମିତ କରିବ ନାହିଁ କରୋନା ଭାଇରସ୍ : ATMରୁ ଟଙ୍କା ଉଠାଇବାବେଳେ ଅବଲମ୍ବନ କରନ୍ତୁ ଏହି ୫ଟି ଉପାୟ , ଗାଇଡଲାଇନ୍ ଜାରି କଲା SBI
24/03/2020 at 11:34 AM

ନୂଆଦିଲ୍ଳୀ ୨୪/୩: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଏକ ସ୍ବତନ୍ତ୍ର ପଦକ୍ଷେପ ନେଇଛି। ଷ୍ଟେଯ୍ ବ୍ୟାଙ୍କ୍ ଏଟିଏମର ଉପଯୋଗ କରିବା ସମୟରେ କେତେକ ସାବଧାନତା ଅବଲମ୍ବନ କରିବାକୁ କହିଛି। ସେଗୁଡ଼ିକ ହେଲା:
୧. ଯଦି ଏଟିଏମଟି କାର୍ଯ୍ୟକ୍ଷମ ଅଛି ତେବେ ଆବଶ୍ୟକ ନଥିଲେ ଏଟିଏମକୁ ଯାଆନ୍ତୁ ନାହିଁ।
୨. ଏଟିଏମରେ ଯିବା ପୂର୍ବରୁ ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ।
୩. ଏଟିଏମ ରୁମରେ ଥିବା କୌଣସି ଜିନିଷକୁ ଛୁଅଁନ୍ତୁ ନାହିଁ।
୪. ଫ୍ଲୁ ରେ ପୀଡ଼ିତ ବ୍ୟକ୍ତିଙ୍କୁ ଏଟିଏମକୁ ଯାଆନ୍ତୁ ନାହିଁ।
୫. ଛିଙ୍କିଲେ କିମ୍ବା କାଶିଲେ ଲୋକଙ୍କୁ ମୁହଁ ଏବଂ ନାକରେ ଟିସୁ ଘୋଡ଼ାଇବା ଉଚିତ୍।
ଏସବୁ ଉପାୟ ବ୍ୟତୀତ ଏସବିଆଇ ଗ୍ରାହକଙ୍କୁ ଇଣ୍ଟରନେଟ୍ ବ୍ୟାଙ୍କିଂ,ୟୋନୋ ଆପ୍ ଏବଂ ଏଟିଏମ୍ ସେବାର ଉପଯୋଗ କରି ବ୍ୟାଙ୍କ ଶାଖାକୁ ନଯିବାକୁ ଅପିଲ କରିଛନ୍ତି କାରଣ କରୋନା ଭାଇରସର ପ୍ରକୋପ ଯୋଗୁଁ ବ୍ୟାଙ୍କ ନ୍ୟୁନତମ ସଂଖ୍ୟାରେ କର୍ମଚାରୀଙ୍କ ସହ କାମ କରୁଛି।
ବ୍ୟାଙ୍କ ନଗଦ ଜମା,ସରକାରୀ ନେଣଦେଣ ଭଳି ସେବା ପ୍ରଦାନ କରିବ। ଭାରତରେ କରୋନା ଭାଇରସର ମାମଲା ୪୯୨କୁ ବୃଦ୍ଧି ପାଇଛି।