Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଞ୍ଜାମରେ ପୁଣି କୋଭିଡ୍ ନିୟମକୁ ଫୁ : ଗଣେଶ ବିସର୍ଜନ ବେଳେ ଭୁଲିଗଲେ ସାମାଜିକ ଦୂରତା, ପିନ୍ଧିଲେନି ମାସ୍କ

1/09/2020 at 2:46 PM

ବ୍ରହ୍ମପୁର ୧।୯: ଗଞ୍ଜାମ ଜିଲ୍ଲାରେ ପୁଣି କୋଭିଡ୍- ୧୯ ନିୟମକୁ ଫୁ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଆସିକା ନିକଟ ନବରତ୍ନପୁର ଗାଁରେ । ଗଣେଶ ପୂଜା ବିସର୍ଜନ ବେଳେ କୋଭିଡ୍ ନିୟମକୁ ଉଲଂଘନ କରିଥିବା ଦେଖିବାକୁ ମିଳିଛି । ସମସ୍ତେ ଏକାଠି ହୋଇ ନାଚ ଗୀତରେ ମସଗୁଲ୍ ହୋଇଥିଲେ । ମାସ୍କ ପରିଧାନ କରିନଥିବା ବେଳେ ସାମାଜିକ ଦୂରତ୍ବ ରକ୍ଷା କରିନଥିଲେ ।

ଗୋଟିଏ ପଟେ ଜିଲ୍ଲାରେ କ୍ରମଶଃ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଅନ୍ୟପଟେ ଜିଲ୍ଲା ପ୍ରଶାସନ ସତର୍କତାର ସହ ଚଳିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ତଥାପି ଜିଲ୍ଲାପାଳଙ୍କ ଅନୁରୋଧ, ପରାମର୍ଶକୁ ଫୁ କରି ନାଚ ଗୀତରେ ମସଗୁଲ୍ ରହିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଉଛି ତାକୁ ହିଁ ଅପେକ୍ଷା  ।

   Related Posts