କୋଭିଡ୍ କଟକଣାକୁ ଫୁ : ଗୋରୁ ହାଟର ଜମୁଛି ଭିଡ, ବେଧଡକ ଚାଲିଛି ମୂଲଚାଲ

Published By : Prameya-News7 Bureau | December 01, 2020 IST

ଉଦଳା ୧।୧୨: କୋଭିଡ୍ କଟକଣାକୁ ଫୁ । ଗୋରୁ ହାଟର ଲାଗିଛି ଅସମ୍ଭାଳ ଭିଡ । କରୋନାକୁ ନେଇ କାହାରି ମନରେ ଟିକିଏ ଭୟ ନାହିଁ । ଉଦଳାର ଚୁଳିଆପୋଷି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ସାମାଜିକ ଦୂରତ୍ବକୁ ଭୁଲିଗଲେ ଲୋକେ । କୋଭିଡ୍ କଟକଣାକୁ କରିଛନ୍ତି ଖୋଲାଖୋଲି ଉଲଂଘନ । ଉଦଳା ଅଞ୍ଚଳରେ ହାଟ ବାରି ରହିଥିବା ବେଳେ ସ୍ଥାନୀୟ ଥାନା ଚୁଳିଆପୋଷିଠାରେ ଗୋରୁ ହାଟ ଚାଲିଥିଲା । ସେଠାରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ହାଟରେ ପାଖାପାଖି ଗୋଟିଏ ସ୍ଥାନରେ ଦୁଇ ହଜାରରୁ ଅଧିକ ଲୋକ ସମାଗମ ହୋଇଥିଲେ । ଯାହାକି ଅନେକଙ୍କ ମୁହଁରେ ମାସ୍କ ନ ଥିବା ବେଳେ ଏକ ମେଳା ଚାଲିଥିବାର ଭ୍ରମ ସୃଷ୍ଟି କରିଥିଲା ।

ସାମାଜିକ ଦୂରତ୍ବ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଇଛି । ହେଲେ ଏଥିପ୍ରତି କାହାର ନଜର ନାହିଁ । ତେବେ ଗୋରୁ ହାଟରେ ଏଭଳି ସ୍ଥିତି ଉଦଳାରେ କରୋନାର ପରିସ୍ଥିତିକୁ ଗମ୍ଭୀର କରିବାର ସମ୍ଭାବନା ସୃଷ୍ଟି କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.