Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

‘ପ୍ରଥମେ ମୁଁ ନେବି ଟିକା’, ଲୋକଙ୍କ ଏମିତି ଭାବନା ଯୋଗୁଁ ଭାଙ୍ଗୁଛି କୋଭିଡ୍ ନିୟମ

6/07/2021 at 12:59 PM

ଭଦ୍ରକ ୬।୭: ପ୍ରଥମେ ମୁଁ ନେବି କାରୋନା ଟିକା ଓ କାରୋନାରୁ ନିଜକୁ ସୁରକ୍ଷିତ ରଖିବି । ଏମିତି ଚିନ୍ତାଧାରା ନେଇ କାରୋନା ଟିକାକରଣ କେନ୍ଦ୍ରରେ ନିୟମକୁ ଜଳାଞ୍ଜଳି ଦେଇ ବିଶୃଙ୍ଖଳା କରୁଛନ୍ତି କେତେକ ଲୋକ । ଏମିତିକି ଝଗଡା ଓ ଗଣ୍ଡଗୋଳ କରିବା ପାଇଁ ମଧ୍ୟ ପଛାଉନାହାନ୍ତି । ତେବେ ଭଦ୍ରକ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ ଓ କୋଭିଡ୍ ନିୟମକୁ ଫୁ ଭଳି ଦୃଶ୍ୟ ଦେଖିବା ପାଇଁ ମିଳୁଛି ।

ଭଦ୍ରକ ସହରର ବାଘୁରାଇ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଏଠାରେ ପଞ୍ଜୀକୃତ ଓ ଅଣପଞ୍ଜୀକୃତ ଲୋକଙ୍କୁ ଟିକା ଦିଆଯାଉଛି । ଲୋକେ ସକାଳୁ ଆସି ଲାଇନରେ ଠିଆ ହେଉଛନ୍ତି । କିନ୍ତୁ ଧାଡିରେ ଠିଆ ହେବା ନିୟମକୁ ମାନୁନାହାନ୍ତି କିନ୍ତୁ ସାମାଜିକ ଦୂରତା ନିୟମକୁ ଫୁ କରୁଛନ୍ତି ଓ କହୁଛନ୍ତି ଆମେ ନିୟମ ପାଳନ କରୁଛୁ ।

   Related Posts