ଟିକା ସାଙ୍ଗେ ନେବେ କି କରୋନା ? ଚୂଲିକି ଗଲା କଟକଣା, ଭୁଲିଗଲେ ସାମାଜିକ ଦୂରତା

Published By : Prameya-News7 Bureau | June 23, 2021 IST

ତେଲକୋଇ ୨୩/୬ : ତେଲକୋଇ ବ୍ଲକରେ ଆଜି ଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ ଲୋକଙ୍କୁ ଟିକାକରଣ କରାଯାଉଛି । ତେଲକୋଇ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଟିକା କରଣ ଚାଲିଥିବା ବେଳେ କୋଭିଡ ନିୟମକୁ ଭୁଲିଯାଇଥିଲେ ଲୋକେ । ଏ ଦୃଶ୍ୟକୁ ଦେଖିଲେ ଜଣାପଡୁଛି ଏମାନେ ଟିକା ନେଉଛନ୍ତି ନା କରୋନାକୁ ନିମନ୍ତ୍ରଣ କରୁଛନ୍ତି । ତେଲକୋଇ ମେଡିକାଲ କର୍ତ୍ତୃପକ୍ଷ ସଠିକ ଢଙ୍ଗରେ କୋଭିଡ ଟିକାକରଣ କରୁନଥିବା ଲୋକେ ଅଭିଯୋଗ କରିଥିଲେ ।

ଜୋର ଜାର ମୂଲକ ତାର ନୀତିରେ ଚାଲିଛି ଟିକାକରଣ । ସ୍ଲଟ ବୁକିଂ କରିଥିବା ଲୋକଙ୍କୁ ଟିକା ନଦେଇ ଯିଏ ଯେତେବେଳେ ଆସୁଛି ଯୋର କରି ଟିକା ନେଉଛନ୍ତି । କିନ୍ତୁ ଯେଉଁ ମାନେ ସ୍ଲଟ ବୁକିଂ କରିଛନ୍ତି ସେମାନେ ଭକୁଆ ହୋଇ ଛିଡା ହୋଇଛନ୍ତି । ସ୍ଲଟ ବୁକିଂ କରିଥିବା ଲୋକମାନଙ୍କର ସକାଳ ୯ ରୁ ଦିନ ୧୧ଟା ପର୍ଯ୍ୟନ୍ତ ସମୟ ଟିକାକରଣ ରହିଥିବା ବେଳେ ସମୟ ଗଡି ଯାଇଥିଲେ ମଧ୍ୟ ସେମାନେ ଟିକା ପାଇ ପାରିନଥିଲେ ।

wp:gallery {"ids":[470007],"linkTo":"none"} /wp:gallery

ଏନେଇ ଅସନ୍ତୋଷ ବୃଦ୍ଧି ପାଇଥିଲା । ସରକାରୀ ଗାଇଡ ଲାଇନ ଅନୁସାରେ ସ୍ଲଟ ବୁକିଂ କରିଥିବା ଲୋକଙ୍କୁ ସିରିଏଲରେ ଟିକା ଦେବାର ନିୟମ ରହିଛି । ତେବେ ଏ ନିୟମକୁ ଟିକା ଦାୟିତ୍ବରେ ଥିବା ତେଲକୋଇ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଫୁ କରି ଉଡାଇ ଦେଇଛନ୍ତି । ସେପଟେ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ସାମାଜିକ ଦୂରତା, ସାନିଟାଇଜର ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଥିବା ବେଳେ ଏଠି ଲୋକେ ସାମାଜିକ ଦୂରତା କୁ ମାନୁନଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.