Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

କୋଭିଡ୍ ନିୟମ ଭାଙ୍ଗି ଚାଲିଥିଲା ବିବାହ କାର୍ଯ୍ୟକ୍ରମ, ବର ପିତା ଗଣିଲେ ୧ ଲକ୍ଷ ଟଙ୍କା ଫାଇନ

31/10/2020 at 10:35 PM

ଦେବଗଡ, ୩୧୧୦:   ଦେବଗଡରେ କୋଭିଡ ନିୟମ ଉଲ୍ଲଂଘନ କରି ଭୋଜିଭାତ ଦେବା ଜଣେ ବରପିତାଙ୍କ ପାଇଁ ମହଙ୍ଗା ପଡିଛି। ଖବର ପାଇ ମାଜିଷ୍ଟ୍ରେଟ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭୋଜିର ଆୟୋଜକ ବର ପିତାଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ଘଟଣାଟି ଘଟିଛି ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ କଲଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମଳାବଗିଚା ଗ୍ରାମରେ।

କମଳାବଗିଚା ଗ୍ରାମର କୁଲାନ ଟପ୍ନୋଙ୍କ ପୁଅ ଅମିତ ଟପ୍ନୋର ବିବାହ ରାଉରକେଲାରେ ଅନୁଷ୍ଠିତ ହୋଇଥିବା ବେଳେ ଶନିବାର ବର ଘରେ ଭୋଜି ଦିଆଯାଉଥିଲା । ଏହି ଭୋଜିରେ କୋଭିଡ ନିୟମ ଉଲ୍ଲଂଘନ କରି ଚାରିଶହରୁ ପାଞ୍ଚଶହ ବନ୍ଧୁବାନ୍ଧବ ଯୋଗ ଦେଇଥିଲେ । ଏନେଇ ଖବର ପାଇବା ପରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଦେବଗଡ ତହସିଲଦାର ପଲ୍ଲବୀ ନାଏକ ପୋଲିସ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାସହ ବର ପିତାଙ୍କୁ ଏଥିପାଇଁ ତାଗିଦ କରିବା ସହ କୋଭିଡ ନିୟମ ଉଲ୍ଲଂଘନ ପାଇଁ ଆଇନ ଅନୁଯାୟୀ ଏକ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ।

ବରପିତା ଜରିମାନା ଟଙ୍କା ଦେବାପାଇଁ ମହଲତ ନେଇଛନ୍ତି । ବିବାହରେ କୋଭିଡ ନିୟମ ଉଲ୍ଲଂଘନ ପାଇଁ ଏକ ଲକ୍ଷ ଟଙ୍କା ଜରିମାନା ଘଟଣା ଦେବଗଡ ଜିଲ୍ଲାରେ ପ୍ରଥମ ଘଟଣା।

   Related Posts