ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ

Published By : Prameya-News7 Bureau | April 23, 2021 IST

ସାଲେପୁର ୨୩।୪: କଟକ ସାଲେପୁର ଉପଖଣ୍ଡ ସ୍ତରୀୟ ଡାକଘରେ କୋଭିଡ୍ ନିୟମକୁ ଉଲଂଘନ କରାଯାଇଥିବା ଅଭିଯୋଗ ।  ପ୍ରଶାସନର ଅନୁମତି ନଥାଇ ଜଣେ କର୍ମଚାରୀଙ୍କ  ବିଦାୟୀ କାଳୀନ ସମ୍ବର୍ଦ୍ଧନା ପାଇଁ କାର୍ଯ୍ୟକ୍ରମ କରିବା ଓ ଭୋଜି ଭାତର ଆୟୋଜନ କରାଯିବା ନେଇ ପ୍ରଶାସନ ପକ୍ଷରୁ ଚଢ଼ାଉ ।  ସାଲେପୁର ପୋଲିସ ଓ ତହସିଲ ପ୍ରଶାସନ ସ୍ବତନ୍ତ୍ର ସ୍କ୍ବାଡ୍ ମିଳିତ ଭାବେ  ଚଢ଼ାଉ କରିଥିଲେ ।

{"id":442980,"sizeSlug":"large","linkDestination":"none"}

ପୋଲିସ ପହଞ୍ଚିଲା ବେଳକୁ ମୁଖ୍ୟ ଡାକ ଘର ପଛପଟ ରୋଷେଇବାସ ଚାଲିଥିବା ଦେଖିବାକୁ ମିଳିଥିଲା । ଏନେଇ ପୋଲିସ ରୋଷେଇ ହୋଇଥିବା ଖାଦ୍ୟ ପଦାର୍ଥକୁ ଜବତ କରିବା ସହିତ କୋଭିଡ୍ ନିୟମ ଉଲଂଘନ କରିବା ଅଭିଯୋଗରେ ୩୦୦୦ଟଙ୍କା ଫାଇନ ଆଦାୟ କରିଥିଲେ । ଏଥିସହ କୋଭିଡ୍ କଟକଣା ସମୟରେ ବିନା ଅନୁମତିରେ ଏସବୁ ନକରିବାକୁ  ମଧ୍ୟ ତାଗିତ କରିଥିଲେ ।

ଅନ୍ୟପଟେ ଡାକଘର ଉପଖଣ୍ଡ ସ୍ତରୀୟ ଅଧିକାରୀ ଏହାକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନାହାଁନ୍ତି । ସେପଟେ ଭୋଜିଭାତ ଦାୟିତ୍ବରେ ଥିବା ଡାକ କର୍ମଚାରୀ ତାଙ୍କ ଭୁଲ ବୁଝି ପରିଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.