Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

କୋଭିଡ୍ କଟକଣା ସମୟରେ ଯଜ୍ଞ : ସାମିଲ ହେଲେ ୫ ଶହରୁ ଅଧିକ ଲୋକ, ପ୍ରତିବାଦ କରି ମାଡ଼ ଖାଇଲେ ଯୁବକ

11/07/2020 at 3:23 PM

ବ୍ରହ୍ମପୁର ୧୧।୦୭: ଗଞ୍ଜାମରେ ଏବେ ବି କରୋନା ସ୍ଥିତି ସଙ୍ଗୀନ । ଏପରି ସ୍ଥିତିରେ ପୋଲସରା ବ୍ଲକ ଜା. ଡେଙ୍ଗାପଦର ପଞ୍ଚାୟତରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ଚିନ୍ତା ବଢାଇଛି । ମର୍ଦ୍ଦରାଜପୁର ଗାଁରେ ଯଜ୍ଞ କରିଛନ୍ତି ନିଜେ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା । ଗାଁରେ ମନ୍ଦିର ପ୍ରତିଷ୍ଠା ପାଇଁ ଯଜ୍ଞ କରାଯାଇଥିଲା । ଯାହାକୁ ପରିଚାଳନା କରିଥିଲେ ନାଏବ ସରପଞ୍ଚ । ୫ଶହରୁ ଅଧିକ ଲୋକ ଯଜ୍ଞରେ ସାମିଲ ହେବା ସହିତ କଳସ ଶୋଭାଯାତ୍ରା ଗାଁ ପରିକ୍ରମା ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରାଯାଇନଥିଲା ।

କୋଭିଡ ନିୟମ ପାଳନ କରାଯାଇନଥିଲା । ଯାହାକୁ ଗାଁର ଜଣେ ଯୁବକ ପ୍ରତିବାଦ କରିଥିଲେ । ଆଉ ତାଙ୍କୁ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି​ ପୋଲସରା ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲାଗୁ କରାଯାଇଛି କଟକଣା। ସାମାଜିକ ଦୂରତା ପାଳନ କରିବା ସହିତ ମାସ୍କ ପିନ୍ଧିବା ସମସ୍ତଙ୍କ ପାଇଁ ବାଧ୍ୟତା ମୂଳକ କରାଯାଇଛି । ବିବାହ ଏବଂ ଅନ୍ତେଷ୍ଟି କ୍ରିୟାକୁ ଛାଡ଼ି ଅନ୍ୟ ସମସ୍ତ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ କରାଯାଇଛି । ସେହି କଟକଣା ବା ନିୟମକୁ କାର୍ଯ୍ୟ କରିବା ପାଇଁ ସରକାର ଜନପ୍ରତିନିଧିଙ୍କୁ ଦାୟିତ୍ବ ଦେଇଛନ୍ତି । ପୋଲସରାରେ କିନ୍ତୁ କରୋନା କଟକଣା ଗାଇଡଲାଇନକୁ ଭାଙ୍ଗିବା ଭଳି ଅଭିଯୋଗ ଆସିଛି ଜନପ୍ରତିନିଧିଙ୍କ ନାଁରେ।

   Related Posts