ଅମାନିଆଙ୍କୁ ତାଗିଦ କଲେ ଶିକ୍ଷକ: କୋଭିଡ୍‌ ନିୟମ ଉଲଂଘନକାରୀଙ୍କଠାରୁ ଆଦାୟ କଲେ ଫାଇନ୍

Published By : Prameya-News7 Bureau | August 18, 2020 IST

ଭଦ୍ରକ୧୮/୮: କୋଭିଡ୍ ନିୟମ ଉଲଂଘନକାରୀଙ୍କୁ ବାଟରେ ଜଗି ତାଗିଦ କଲେ ବ୍ଲକ ଶିକ୍ଷା ଅଧିକାରୀ।  ଲକଡାଉନ୍‌ ସମୟରେ କୋଭିଡ୍ କଟକଣାକୁ ବେଖାତିର କରି ମନ ଇଚ୍ଛା ରାସ୍ତାରେ ବୁଲାବୁଲି କରୁଥିବା ଅମାନିଆଙ୍କୁ ଅଟକାଇ ଫାଇନ୍ କାଟିଲେ ଶିକ୍ଷକ।  କୋଭିଡ୍‌ କଟକଣା ନିୟନ୍ତ୍ରଣା ପାଇଁ ପୋଲିସ୍  ଏବଂ ପ୍ରଶାସନ ଅହରହ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନଙ୍କ ସହ ବ୍ଳକ ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ ସାମିଲ ହୋଇଛନ୍ତି।  ଭଦ୍ରକ ଧାମନନଗର ବ୍ଲକର ଶିକ୍ଷାଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.