Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||
  • ଉଦଳା : ବାପଘରକୁ ଯିବାବେଳେ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଘଟଣାସ୍ଥଳରେ ନଣଦେଇ ମୃତ, ମହିଳା ଗୁରୁତର
  • ||
  • କଳାହାଣ୍ଡି : ରାଧେ ଘରୁ ମିଳିଲା ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ : ବ୍ୟାଗ୍‌ରେ ଥିଲା ନୂଆ ଡ୍ରେସ୍, ମୋବାଇଲ୍ ଓ ଚାର୍ଜର
  • ||
  • ମୁନିଗୁଡା : ପାରିବାରିକ କଳହ ନେଲା ଜୀବନ, ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ
  • ||
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||

କରୋନା କଟକଣା ନମାନି ଚାଲିଥିଲା ଭୋଜିଭାତ, ବାରଣ କରିବାରୁ ତହସିଲ୍‌ଦାର୍‌ଙ୍କୁ ଆକ୍ରମଣ

6/05/2021 at 6:12 PM

ବାଲେଶ୍ୱର, ୦୬/୦୫: କରୋନା କଟକଣା ନିୟମକୁ ଉଲଂଘନ କରି ଭୋଜି କରୁଥିବା ଲୋକଙ୍କୁ ବାରଣ କରିବାରୁ ବାଲେଶ୍ବର ସଦର ତହସିଲଦାରଙ୍କୁ ଆକ୍ରମଣ ହେଇଥିବା ଜଣାପଡ଼ିଛି । ପୋଲିସ ସହିତ ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଭୋଜି ପାଇଁ ପ୍ରସ୍ତୁତ କରାଯାଇଥିବା ଖାଦ୍ୟକୁ ଜବତ କରିଛନ୍ତି । ଏଥିସହିତ ନିୟମ ଉଲଂଘନ କରିଥିବା ଅଭିଯୋଗରେ ୩ଜଣଙ୍କୁ ଅଟକ ରଖାଯାଇଛି ।

ସୂଚନା ଅନୁସାରେ, ସଦର ଥାନା ଓଡ଼ଙ୍ଗି ପଞ୍ଚାୟତ ଇଚ୍ଛାପୁର ଗାଁର ରମେଶ ରାଉତଙ୍କ ସ୍ତ୍ରୀ ହୀରାମଣୀ ରାଉତଙ୍କର କୋଭିଡ଼ରେ ମୃତ୍ୟୁ ହେବାପରେ ଗତକାଲି ତାଙ୍କର ଏକାଦଶାହ କ୍ରିୟା ଥିଲା । ଏଥିରେ ପରିବାର ଲୋକେ ଭୋଜିର ଆୟୋଜନ କରିଥିଲେ । ହେଲେ କରୋନା କଟକଣାରେ ଶୁଦ୍ଧିକ୍ରିୟାରେ ମାତ୍ର ୨୦ ଜଣଙ୍କୁ ଅନୁମତି ଥିବାବେଳେ, ଏହି ଭୋଜିରେ ଦୁଇ ଶହରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଭିଡ଼ ଜମିବାରୁ ସୂଚନା ପାଇ ସଦର ତହସିଲଦାର ଅନାମିକା ସିଂ ଘଟଣା ସ୍ଥଳରେ ପହଞ୍ଚି ଭୋଜିକୁ ବାରଣ କରିଥିଲେ ।

ଖାଦ୍ୟ ସାମଗ୍ରି ଜବତ କରିବାରୁ ପରିବାର ଲୋକେ ତାଙ୍କୁ ଠେଲାପେଲା କରିବା ସହିତ ତହସିଲ କର୍ମଚାରୀଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ତହସିଲଦାରଙ୍କ ଅଭିଯୋଗ ଅନୁସାରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

   Related Posts