Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

UNGAରେ କରୋନା ! ପଜିଟିଭ ଚିହ୍ନଟ ହେଲେ ବ୍ରାଜିଲିୟ ମନ୍ତ୍ରୀ, କହିଲେ ରହିବେ କ୍ୱାରେଣ୍ଟାଇନରେ

22/09/2021 at 7:16 PM

ନ୍ୟୁୟର୍କ ୨୨।୯: କରୋନା ଭାଇରସ ମହାମାରୀ ଜାତିସଂଘ ସାଧାରଣ ଅଧିବେଶନ (ୟୁଏନଜିଏ)କୁ ପହଞ୍ଚି ଯାଇଛି । ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ପ୍ରତିନିଧି ମଣ୍ଡଳ ସହ ନ୍ୟୁୟର୍କ ଅଧିବେଶନରେ ଯୋଗ ଦେଇଥିବା ଜନୈକ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ବ୍ରାଜିଲ ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ସେଲୋ କ୍ୱିରୋଗାଙ୍କ ପରୀକ୍ଷଣ ରିପୋର୍ଟ ସ୍ଥାନୀୟ ସମୟ ମଙ୍ଗଳବାର ସନ୍ଧ୍ୟାରେ ପଜିଟିଭ ଆସିଥିବା ଜଣାପଡିଛି।

ମାର୍ସିଲୋ କ୍ୱରେଗା ୭୬ତମ ୟୁଏନଜିଏ ପୂର୍ଣ୍ଣ ଅଧିବେଶନରେ ଭାଗ ନେଇଛନ୍ତି। ଏହା ଛଡା ସେ ନିବେଶକଙ୍କ ସହ ବୈଠକ ମଧ୍ୟ କରିଥିଲେ।  ବୋଲସୋନାରୋ ଓ  ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ଦ୍ୱିପାକ୍ଷୀୟ ବୈଠକରେ ମଧ୍ୟ ସେ ଉପସ୍ଥିତ ଥିଲେ।  ତେବେ ବ୍ରାଜିଲ ପ୍ରତିନିଧି ମଣ୍ଡଳଙ୍କ ଅନ୍ୟ ସଦସ୍ୟମାନେ ନେଗେଟିଭ ଥିବା ରିପୋର୍ଟରୁ ଜଣାପଡିଛି। ମାର୍ସିଲୋ ଚୀନ୍‌ ଟିକା କରୋନା ଭାକ୍ ନେଇଥିଲେ,ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି।

ପଜିଟିଭ ଚିହ୍ନଟ ହୋଇଥିବାରୁ ସେ ଏବେ ନ୍ୟୁୟର୍କରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ। ୟୁଏନଜିଏ ଶେଷ ହେଲେ ଫେରୁଥିବା ପ୍ରତିନିଧି ମଣ୍ଡଳଙ୍କ ସହ ସେ ସ୍ୱଦେଶ ଯିବେନି। କ୍ୱାରେଣ୍ଟାଇନ ଅବଧି ଶେଷ ହେଲେ ସ୍ୱାସ୍ଥ୍ୟପରୀକ୍ଷଣ କରାଇବା ପରେ ଆମେରିକା ଛାଡିବେ ବୋଲି କହିଛନ୍ତି। ତେବେ ମାର୍ସିଲୋ ଜାତିସଂଘ ପୂର୍ଣ୍ଣ ଅଧିବେଶନରେ ଭାଗ ନେଇଥିବାରୁ ଏବେ ବିଶ୍ୱ ନେତୃତ୍ୱଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ବ୍ରିଟେନ ପକ୍ଷରୁ ଏପର୍ଯ୍ୟନ୍ତ ବୋରିଶ ଜନସନ୍‌ଙ୍କ ଦ୍ୱିପାକ୍ଷୀୟ ବୈଠକ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନି।   

   Related Posts