ଏନସିପି ନେତା ଶରଦ ପାୱାରଙ୍କ ଘରେ ପହଞ୍ଚିଲା Covid, ୪ କର୍ମଚାରୀ ସଂକ୍ରମିତ

Published By : Prameya-News7 Bureau | August 17, 2020 IST

ମୁମ୍ବାଇ ୧୭।୮: ମହାରାଷ୍ଟ୍ରରେ କରୋନାର ପ୍ରକୋପ ଏବେବି ଜାରି ରହିଛି। ରାଜ୍ୟରେ ପ୍ରତ୍ୟେକ ଦିନ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ସଂକ୍ରମଣ ଏନସିପି ନେତା ତଥା ମହାରାଷ୍ଚ୍ର ସରକାରରେ ସହଯୋଗୀ ଶରଦ ପାୱରଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଯାଇଛି। ପାୱାରଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନରେ କାର୍ଯ୍ୟ କରୁଥିବା ୪ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏଥିରେ ପାୱର ଅଥବ ସେମାନଙ୍କ ପରିବାରର କେହି ସଂକ୍ରମିତ ହୋଇନଥିବା ଜଣାପଡିଛି।

ତେବେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ଯଦିଓ ପାୱାର ସଂକ୍ରମିତ ନୁହଁନ୍ତି ବୋଲି ଜଣାପଡିଛି ତଥାପି ତାଙ୍କୁ ଆଗାମୀ କିଛିଦିନ ପର୍ଯ୍ୟନ୍ତ କୌଣସି ଗସ୍ତରେ ନ ଯିବା ଲାଗି ପରାମର୍ଶ ଦିଆଯିବ। ମନ୍ତ୍ରୀଙ୍କ ଅନୁସାରେ ପାୱାରଙ୍କ ସିଲଭର ଓକ ଆବାସରେ କାର୍ଯ୍ୟରତ ଜଣେ ଖାନସମା ଓ ୨ ସୁରକ୍ଷା କର୍ମୀଙ୍କ ସମେତ ମୋଟ ୪ ଜଣ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡିଛି।

କର୍ମଚାରୀ ସଂକ୍ରମିତ ହୋଇଥିବା ଜଣାପଡିବା ମାତ୍ରେ ପାୱାରଙ୍କୁ ଆଣି ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରେ କରୋନା ପରୀକ୍ଷଣ କରାଯାଇଥିଲା। ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ତେବେ ମାନକ ପ୍ରକ୍ରିୟା ଅନୁସାରେ ଏବେ ରୋଷେୟା ଓ ସୁରକ୍ଷା କର୍ମୀମାନଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଏବେ ଚିହ୍ନଟ କରିବା ସହ ସେମାନଙ୍କ କୋଭିଡ ପରୀକ୍ଷଣ ଜରୁରି ବୋଲି ମନ୍ତ୍ରୀ କହିଛନ୍ତି।  ଅନ୍ୟପକ୍ଷରେ ଶରଦ ପାୱାର ଯଦିଓ ସମ୍ପୂର୍ଣ୍ଣ ସୁସ୍ଥ ଓ ନିରାମୟ ତେବେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିବା ଲାଗି ପାୱାରଙ୍କୁ ପରାମର୍ଶ ଦିଆଯିବ ବୋଲି ଟୋପେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.