ମାଉଣ୍ଟ ଏଭରେଷ୍ଟରେ Covid ! ୩୦ ପର୍ବତାରୋହୀ ସଂକ୍ରମିତ

Published By : Prameya-News7 Bureau | May 25, 2021 IST

କାଠମାଣ୍ଡୁ : କରୋନା ଭାଇରସ ମହାମାରୀ ବିଶ୍ୱର ସର୍ବୋଚ୍ଚ ଶୃଙ୍କ ମାଉଣ୍ଟ ଏଭରେଷ୍ଟକୁ ମଧ୍ୟ ପହଞ୍ଚିଯାଇଛି। ଏହି ସୂଚନା ଦେଇଛନ୍ତି ଆୟର୍ଲାଣ୍ଡର ଡେମିୟନ ବ୍ରାଉନ। ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଏ ନେଇ ସୂଚନା ଦେଇଥିଲେ। ବ୍ରାଉନ୍‌ ଜଣେ ରଗବୀ ଖେଳାଳି ଓ ସେ କ୍ଲାଇମ୍ବିଙ୍ଗ ଦ ସେଭେନ ସମ୍ମିଟସ୍‌ (ସିଟିଏସଏସ୍) ଜରିଆରେ ମାଉଣ୍ଟ ଏଭେରେଷ୍ଟ ଆରୋହଣ କାଳରେ ସଂକ୍ରମଣର ଶିକାର ହୋଇଥିବା ପୋଷ୍ଟରେ ଉଲ୍ଲେଖ କରିଥିଲେ।

ତେବେ ପର୍ବତାରୋହୀଙ୍କ ପୋଷ୍ଟକୁ ନେପାଳ ପର୍ଯ୍ୟଟନ ବିଭାଗ ଅସ୍ୱୀକାର କରିଛନ୍ତି। ଏ ନେଇ ଏପର୍ଯ୍ୟନ୍ତ ସେପରି କୌଣସି ଲିଖିତ ଅଭିଯୋଗ ମିଳି ନଥିବାର କହିଛନ୍ତି।  ବ୍ରାଉନ ଓ ତାଙ୍କର ୪ ସହଯୋଗୀ  ଭୂତାଣୁ ସଂକ୍ରମିତ ହୋଇଥିବା ଉଲ୍ଲେଖ କରିଥିଲେ। ତାଙ୍କଠାରେ ଲକ୍ଷଣ ଦେଖା ଦେଇଥିବା ବେଳେ ସହଯୋଗୀଙ୍କ ଠାରେ କୌଣସି ଲକ୍ଷଣ ନାହିଁ। ତେବେ ସେମାନେ କ୍ୱାରେଣ୍ଟାଇନରେ ଥିବା ବ୍ରାଉନ ସୂଚିତ କରିଥିଲେ।

{"id":456984,"sizeSlug":"large","linkDestination":"none"}

ତେବେ ନେପାଳରେ ସିଟିଏସଏସ୍ ଙ୍କ ସ୍ଥାନୀୟ  ଅଂଶୀଦାର ଟିଏଜି୪ ପର୍ବତାରୋହୀ ସଂକ୍ରମଣର ଶିକାର ହୋଇଥିବା ସ୍ୱୀକାର କରିଛନ୍ତି। ଟିଏଜି ନେପାଳ ନିର୍ଦ୍ଦେଶକ ସାଗର ପୌଡେଲଙ୍କ ସୂଚନା ଅନୁସାରେ ବ୍ରାଉନ ସମେତ ଅନ୍ୟ ୩ ଜଣ ପଲିମରେଜ ଚେନ୍ ରିଆକ୍ସନ (ପିସିଆର) ପରୀକ୍ଷଣରେ ସକରାତ୍ମକ ଥିବା ଜଣାପଡିଛି। ସମସ୍ତ ୪ ଜଣଙ୍କୁ କାଠମାଣ୍ଡୁ ଅଣାଯାଇଛି। ସିଟିଏସଏସ୍ ପକ୍ଷରୁ ମୋଟ ୩୯ ଜଣ ପର୍ବତାରୋହୀଙ୍କୁ ନେଇ ଅଭିଯାନ ଆରମ୍ଭ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣ ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିପାରିଛନ୍ତି। ଏହି ୧୦ ଜଣଙ୍କ ମଧ୍ୟରୁ ଜଣେ ଆରଟିପିସିଆର ପରୀକ୍ଷଣରେ ପଜିଟିଭ ଚିହ୍ନଟ ହୋଇଥିଲେ। ଏଣୁ ବ୍ରାଉନଙ୍କ ଟିମ୍‌କୁ ମିସାଇ ୫ ଜଣ ମାଉଣ୍ଟ ଏଭରେଷ୍ଟରେ ପଜିଟିଭ ହୋଇଛନ୍ତି।

ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିୟ ପର୍ବତାରୋହଣ କାର୍ଯ୍ୟକ୍ରମ ଆୟୋଜନକାରୀ  କମ୍ପାନୀ ଫର୍ଟେନବେକ୍‌ ଆଡଭେଞ୍ଚର୍ସ ୧୦ ଜଣ ପର୍ବତାରୋହୀ ସଂକ୍ରମିତ ହୋଇଥିବାର ସୂଚନା ଦେଇଥିଲେ। ତେବେ କେବଳ ଏହି ୩ଟି ଟିମ୍‌ ନୁହେଁ ଅନ୍ୟ ଟିମ୍‌ ସଦସ୍ୟଙ୍କୁ ମିସାଇ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିବା  ମୋଟ ୩୦ ଜଣ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇଥିବାର କୁହାଯାଉଥିଲେହେଁ ଏଭରେଷ୍ଟ ଆରୋହଣ କରି ଏପର୍ଯ୍ୟନ୍ତ ମୋଟ ୧୦୦ ସଂକ୍ରମିତ ହୋଇଥିବାର କୁହାଯଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.