କୋର୍ଟ କର୍ମଚାରୀ କରୋନା ସଂକ୍ରମିତ, ଆଗାମୀ ୭ଦିନ ଯାଏଁ ବନ୍ଦ ରହିବ କାର୍ଯ୍ୟ

Published By : Prameya-News7 Bureau | April 27, 2021 IST

କନ୍ଧମାଳ ୨୭।୦୪: କୋର୍ଟରୁ ଚିହ୍ନଟ ହେଲେ କରୋନା ସଂକ୍ରମିତ । ଏହାପରେ କୋର୍ଟରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ପ୍ରଶାସନ । ଆଗାମୀ ୭ଦିନ ଯାଏଁ ବନ୍ଦ ରହିବ କୋର୍ଟ । କୋର୍ଟର ସମସ୍ତ ପ୍ରବେଶ ପଥ ସିଲ୍‌ କରାଯାଇ ଚାଲିଛି ସାନିଟାଇଜ୍‌।

ଖବର ଅନୁଯାୟୀ, ଫୁଲବାଣୀରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢିଯାଇଛି । ଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା କୋର୍ଟରୁ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ତୁରନ୍ତ କୋର୍ଟର ସମସ୍ତ ପ୍ରବେଶ ପଥକୁ ସିଲ୍‌ ହେବା ସହ ବ୍ୟାରିକେଡ଼୍‌ କରାଯାଇଛି । ଆଗାମୀ ୭ଦିନ ଯାଏଁ ବନ୍ଦ ରହିବ କୋର୍ଟ । ଏହି ସମୟରେ କୋର୍ଟ ପରିସରକୁ ସାନିଟାଇଜ୍‌ କରାଯିବ ବୋଲି ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.