Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆମେରିକା ଦୂତବାସରେ ବ୍ୟାପିଲା କରୋନା, ବନ୍ଦ ହେଲା ଭିସା କାର୍ଯ୍ୟ

18/06/2021 at 6:29 PM

କାବୁଲ, ୧୮/୦୬ : କାବୁଲରେ ଅବସ୍ଥିତ ଆମେରିକାର ଦୂତବାସରେ କରୋନା ବ୍ୟାପିଛି l ଏଠାରେ କାମ କରୁଥିବା ୧୧୪ ଜଣ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି l ଫଳରେ ଦୁଇଦିନ ପୂର୍ବରୁ ଭିସା କାର୍ଯ୍ୟକୁ ବନ୍ଦ କରିଦିଆଯାଇଛି l ପରିଚାଳନା ବିଭାଗ ତରଫରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂଗେସଂଗେ ଅଫିସକୁ ବନ୍ଦ କରିଦିଆ ଯାଇଛି l

ସୂଚନା ମୁତାବକ, କାବୁଲ ଦୂତବାସରେ ଧୀରେ ଧୀରେ ସଂକ୍ରମଣ ବଢିଥିଲା l କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ମଧ୍ୟ ହୋଇଯାଥିବା ବେଳେ ଆଉ କିଛି ଲୋକ ଆକ୍ସିଜେନ ସପୋର୍ଟରେ ରହିଛନ୍ତି l ସେମାନଙ୍କ ମଧ୍ୟରୁ ଜଣେ ଅଧିକାରୀ ଏହି ଭାଇରସରେ ପ୍ରାଣ ହରାଇଥିବା ଜଣାପଡ଼ିଛି l ସଂକ୍ରମଣ ବୃଦ୍ଧି ପାଇବାରୁ ଅଫିସ ପରିସରରେ ଥିବା ଜିମ ସେଣ୍ଟର ଏବଂ ସୁଇମିଂ ପୁଲ କୁ ବନ୍ଦ ରଖାଯାଇଛି l

ଆଫଗାନିସ୍ତାନରେ ଗତ ବର୍ଷ ୩ ହଜାର ଚାରି ଶହ ଲୋକ ଏହି ଭାଇରସରେ ପ୍ରାଣ ହରାଇଥିଲେ l ଗୁରୁବାର ଏଠାରେ ୨, ୩୧୩ ଟି ନୂଆ ମାମଲା ଦେଖିବାକୁ ମିଳିଥିବା ବେଳେ ଶହେରୁ ଉର୍ଦ୍ଧ ମୃତ୍ୟୁ ହୋଇଥିଲା l କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ସେଠାରେ ମାତ୍ର ୧ ପ୍ରତିଶତରୁ କମ ଲୋକଙ୍କୁ ହିଁ କରୋନା ଭାକସିନ ଦିଆଯାଇଥିବା ଜଣାପଡିଛି l ଚୀନ ପ୍ରସ୍ତୁତ କରିଥିବା ସିନୋଫର୍ମ ଭାକସିନ ଏଠାକାର ଲୋକଙ୍କୁ ଦିଆଯାଉଛି l

   Related Posts