Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

କୋଭିଡ୍ ପଜିଟିଭ୍ ରଣଧୀର କପୁରଙ୍କୁ ଆଇସିୟୁକୁ ସ୍ଥାନାନ୍ତର

30/04/2021 at 1:34 PM

ମୁମ୍ବାଇ ୩୦/୦୪ : ଅନେକ ବଲିଉଡ ସେଲିବ୍ରିଟି କରୋନା ମହାମାରୀର ଶିକାର ହୋଇଛନ୍ତି। ନିକଟରେ ସଂକ୍ରମିତ ହୋଇଥିବା ରଣଧୀର କପୁର କରୋନାରେ ସଂକ୍ରମିତ ହୋଇଛନ୍ତି। ୨୯ ତାରିଖ, ଗୁରୁବାର ଦିନ ରଣଧୀରଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇ କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଜଣାପଡିଛି ଯେ ଶୁକ୍ରବାର ଦିନ ରଣଧୀର କପୁରଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।

ରଣଧୀର କପୁରଙ୍କ ସହ ତାଙ୍କର ଆଉ ୫ଜଣ ଷ୍ଟାଫ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରଣଧୀର କପୁର କହିଛନ୍ତି ତାଙ୍କର ଆଉ କିଛି ଟେଷ୍ଟ ହେବାର ଅଛି ସେଥିପାଇଁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।

ରଣଧୀର କପୁର କରୋନା ଭେକସିନର ଦୁଇଟି ଡୋଜ୍ ନେଇସାରିଛନ୍ତି। ଭ୍ୟାକସିନର ଦୁଇଟି ଡୋଜ୍ ନେବାପରେ ସେ କିଭଳି ସଂକ୍ରମିତ ହେଲେ ସେ ନିଜେ ବି ଜାଣିପାରି ନାହାନ୍ତି ବୋଲି କହିଛନ୍ତି। ରଣଧୀର କପୁର କହିଛନ୍ତି ଯେ କରିସ୍ମା ଓ କରିନା ମଧ୍ୟ ନିଜ ନିଜର କୋଭିଡ ଟେଷ୍ଟ କରାଇଥିଲେ ଓ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ବର୍ତ୍ତମାନ ପୁରା ପରିବାର ଘରେ କ୍ଵାରେଣ୍ଟାଇନରେ ଅଛନ୍ତି।

   Related Posts