କୋଭିଡ୍ ସେଣ୍ଟର ନେବା ବାଟରେ କରୋନା ସଂକ୍ରମିତ ଯୁବତୀଙ୍କୁ ଦୁଷ୍କର୍ମ କଲା ଆମ୍ବୁଲାନ୍ସ ଡ୍ରାଇଭର୍, ଗିରଫ

Published By : Prameya-News7 Bureau | September 06, 2020 IST

ପଟନମିଟ୍ଟା ୦୬/୦୯ : କେରଳ ପଟନମିଟ୍ଟାରେ କରୋନା ମହାମାରୀ ସମୟରେ ଏକ ଲଜ୍ଜାଜନକ ଘଟଣା ଘଟିଛି | ଜଣେ ୧୯ ବର୍ଷୀୟ କରୋନା ସଂକ୍ରମିତ ଯୁବତୀଙ୍କୁ କୋଭିଡ କେନ୍ଦ୍ର ନେଇ ଯାଉଥିବା ଆମ୍ବୁଲାନ୍ସ ଡ୍ରାଇଭର ଦୁଷ୍କର୍ମ କରିଥିବା ମାମଲା ସାମ୍ନାକୁ ଆସିଛି | ଦୁଷ୍କର୍ମ ପରେ ଆମ୍ବୁଲାନ୍ସ ଡ୍ରାଇଭର ଯୁବତୀଙ୍କୁ କୋଭିଡ କେନ୍ଦ୍ରରେ ଛାଡି ଦେଇଥିଲା | ଘଟଣାର ସୂଚନା ମିଳିବା ପରେ ଅଭିଯୁକ୍ତ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ କରାଯାଇଛି | 

ସୂଚନା ଅନୁଯାୟୀ, ପଟନମିଟ୍ଟା ଅନ୍ତର୍ଗତ ଅରମମୁଲାରେ ରହୁଥିବା ଜଣେ ଯୁବତୀ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ | ଯୁବତୀ କରୋନା ଚିହ୍ନଟ ହେବାପରେ ତାଙ୍କ ପରିବାର ଲୋକ ଆମ୍ବୁଲାନ୍ସ ଡାକି ଯୁବତୀଙ୍କୁ ହସ୍ପିଟାଲ ପଠାଇଥିଲେ | ଯୁବତୀ କହିଛନ୍ତି ଯେ ଆମ୍ବୁଲାନ୍ସରେ ପୂର୍ବରୁ ଆଉ ଜଣେ ରୋଗୀ ମଧ୍ୟ ଥିଲା | ଆମ୍ବୁଲାନ୍ସ ଡ୍ରାଇଭର ସେହି ରୋଗୀକୁ ପ୍ରଥମେ ଓହ୍ଲାଇ ଦେଇଥିଲା | ଏହାପରେ ଆମ୍ବୁଲାନ୍ସକୁ ଏକ ସୁନସାନ ଜାଗାରେ ରଖିଥିଲା | ସେଠାରେ ସେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା ଓ ତାପରେ ତାଙ୍କୁ ନେଇ କୋଭିଡ ସେଣ୍ଟରରେ ଛାଡିଥିଲା |

କୋଭିଡ ସେଣ୍ଟରରେ ପହଞ୍ଚିବା ପରେ ଯୁବତୀ ସେଠାରେ ଡାକ୍ତରଙ୍କୁ ଘଟଣା ସମ୍ପର୍କରେ ସବୁ କଥା କହିଥିଲେ | ପୋଲିସରେ ଅଭିଯୋଗ ପରେ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.