Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

Covidରେ ବିଗିଡିଲା ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟ, ତୃତୀୟବାର ଯାଞ୍ଚରେ ହେମନ୍ତ ସୋରେନ ନେଗେଟିଭ

24/08/2020 at 8:25 PM

ରାଞ୍ଚୀ ୨୪।୮:  ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଝାମୁମୋ) ନେତା ତଥା ରାଜ୍ୟସଭା ସାଂସଦ ଶିବୁ ସୋରେନ କୋଭିଡ-୧୯ ଆକ୍ରାନ୍ତ ହୋଇଛନ୍ତି। ତେବେ ସୋମବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ଯୋଗୁ ତାଙ୍କୁ ରାଜଧାନୀ ରା଼ଞ୍ଚୀସ୍ଥିତ ମେଡାଣ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।  ସେପଟେ ତାଙ୍କ ପୁଅ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ତୃତୀୟବାର କୋଭିଡ ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି।

ଗତ ଶୁକ୍ରବାର ଶିବୁ ସୋରେନ ଓ ତାଙ୍କ ପତ୍ନୀ ରୂପୀ ସୋରେନଙ୍କ କୋଭିଡ ଯାଞ୍ଚ ହୋଇଥିଲା। ସେମାନଙ୍କ ରିପୋର୍ଟ ପଜେଟିଭ ଆସିଥିବା ବେଳେ ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇଥିଲା। ହେଲେ  ସୋମବାର ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତୀ ଦେଖା ଦେବାରୁ ତାଙ୍କୁ ଘରୁ ହସ୍ପିଟାଲକୁ ସିଫ୍ଟ କରିଦିଆଯାଇଛି।

ହସ୍ପିଟାଲରେ ୭୬ ବର୍ଷ ବୟସ୍କ  ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଚିକିତ୍ସକ ମାନେ କହିଛନ୍ତି। ପୂର୍ବରୁ ମଧ୍ୟ ସେ ସାମାନ୍ୟ ଅସୁସ୍ଥ ଥିଲେ। ଏଣୁ କୋଭିଡରେ ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଡାକ୍ତରମାନେ ନଜର ରଖିଛନ୍ତି। ରାଜ୍ୟରେ ଏବେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ପାର କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୬୭ ଜଣ କରୋନା ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ରାଞ୍ଚିର ସର୍ବାଧିକ ୨୫୭ ଜଣ ଥିଲେ।   

   Related Posts