Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଝିଅ ଦେଖି ଯାଇଥିଲେ ପୁଅର ଭାଇ , ଫେରିବା ପରେ ଆସିଥିଲା କୋଭିଡ଼ ପଜିଟିଭ୍ ରିପୋର୍ଟ , ଏବେ…

5/07/2020 at 3:45 PM

କେନ୍ଦ୍ରାପଡ଼ା ୦୫।୦୭: କରୋନାର ଭୟ ଏବେ ଚାରିଆଡେ ମାଡିଚାଲିଛି । ଯାହାକୁ ଦେଖିବ , ତା ମନରେ ଏହି ମହାମାରୀକୁ ନେଇ ଭୟ ଘାରିଛି । ବିବାହ ପାଇଁ କନ୍ୟା ଦେଖିବାକୁ ଯାଇ ଅକଳରେ ପଡ଼ିଛନ୍ତି ବରପକ୍ଷର ଲୋକେ । ବରଙ୍କ ମଉସା ପୁଅ ଭାଇ କରୋନା ପଜିଟିଭ୍‌ ବାହାରିବା ପରେ ସେହି ଅଞ୍ଚଳରେ ଚହଳ ଖେଳି ଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । କେନ୍ଦ୍ରାପଡ଼ା ସହର ଉପକଣ୍ଠ କୋରୋ ପଞ୍ଚାୟତରେ ଏହିଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, କନ୍ୟା ଦେଖିବାକୁ ଯିବା ପାଇଁ ଚାଲିଥିଲା ପ୍ରସ୍ତୁତି । ବରପକ୍ଷ କନ୍ୟା ପକ୍ଷକୁ ଯିବା ପାଇଁ ନିଜର ବନ୍ଧୁ ବାନ୍ଧବଙ୍କୁ ଡାକିଥିଲେ , ଏବଂ କନ୍ୟା ଘରକୁ ଯାଇଥିଲା । ବରପକ୍ଷ ନିଜ ବନ୍ଧୁବାନ୍ଧବଙ୍କ ସହିତ ମାହାଙ୍ଗା ଅଞ୍ଚଳରେ ଥିବା କନ୍ୟାଘରକୁ ଝିଅ ଦେଖିବାକୁ ଯାଇଥିଲେ । ବରପକ୍ଷ ସାଙ୍ଗରେ ନିଜ ମଉସା ପୁଅ ଭାଇ ମଧ୍ୟ ଯାଇଥିଲେ । କନ୍ୟା ଦେଖା ସରିଲା ଏବଂ ଘରକୁ ଫେରିଆସିଲେ । କିନ୍ତୁ ଘରକୁ ଫେରିବା ପରେ ମଉସା ପୁଅଙ୍କର କରୋନା ରିପୋର୍ଟ ଆସିଥିଲା । ରିପୋର୍ଟରେ ସେ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା । କିନ୍ତୁ ରିପୋର୍ଟ ଆସିବା ବେଳକୁ ସେମାନେ କନ୍ୟାପକ୍ଷଙ୍କୁ ସହ କୋରା ପଞ୍ଚାୟତର ସାହିଭାଇଙ୍କ ସହି ମିଳାମିଶା କରିସାରିଥିଲେ । ଯାହାଫଳରେ ଉଭୟଙ୍କ ମନରେ ଆତଙ୍କ ଖେଳି ଯାଇଛି ।

ତେବେ ସବୁଠାରୁ ବଡ କଥା ହେଲା ଯେ, ସଂକ୍ରମିତଙ୍କ ସଂପର୍ଶରେ ଆସିଛନ୍ତି । କେତେଜଣ ସଂକ୍ରମିତ ହୋଇଛନ୍ତି । ଯଦି ସେ ସଙ୍ଗରୋଧ କେନ୍ଦ୍ରରୁ ଆସିଥିଲେ । ତେବେ ରିପୋର୍ଟ ନଆସିବା ଯାଏଁ କୌଣସି ଗହଳି ସ୍ଥାନକୁ ଯିବା ଉଚିତ୍‌ ନୁହେଁ ବୋଲି କୋଭି଼ଡ୍‌ ନିୟମ ରହିଛି । କିନ୍ତୁ ଏଠି ଏସବୁକୁ ବେଖାତିର କରାଯାଇଛି । ଯାହାଫଳରେ କେତେ ଜଣ ଲୋକ ସଂକ୍ରମିତ ହେଉଛନ୍ତି । ତାହା ଏବେ ଚିନ୍ତାର ବିଷୟ । ବର୍ତ୍ତମାନ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

   Related Posts