Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

୧୪ ଦିନ ପାଇଁ BeMC କାର୍ଯ୍ୟାଳୟ ବନ୍ଦ , କରୋନା ପଜିଟିଭ୍ ଚିହ୍ନଟ ପରେ କ୍ୱାରେଣ୍ଟାଇନ୍‌ରେ ସମସ୍ତ କର୍ମଚାରୀ

16/07/2020 at 7:38 AM

ବ୍ରହ୍ମପୁର ୧୬।୦୭: ଗଞ୍ଜାମ ଜିଲ୍ଲାରେ ଅଣାୟତ୍ତ କରୋନା । ପ୍ରତିଦିନ ଶତାଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ସେହିପରି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ କେତେକ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି କୌଣସି ଜରୁରୀ କାର୍ଯ୍ୟ ଥିଲେ ୦୬୮୦ ୨୨୫୦୨୯୦ ନମ୍ବରକୁ ଯୋଗାଯୋଗ କରିପାରିବେ ବୋଲି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ଥ କର୍ମଚାରୀ ସ୍ବାବ ଟେଷ୍ଟ କରାଯିବ । ସାଧାରଣ ଲୋକଙ୍କ ପାଇଁ ଆସନ୍ତା ୧୪ ଦିନ ପାଇଁ ବିଏମସି କାର୍ଯ୍ୟାଳୟ ବନ୍ଦ ରହିବ । କେବଳ କୋଭିଡ୍ ଦାୟିତ୍ଵରେ ଥିବା ଏବଂ ସାନିଟାଇଜେସନ୍ ଦାୟିତ୍ଵରେ ଥିବା କର୍ମଚାରୀ କାର୍ଯ୍ୟାଳୟକୁ ଆସିବେ ।

   Related Posts