Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

କରୋନା ସଂକ୍ରମିତ ଅଙ୍ଗନଓ୍ବାଡୀ କର୍ମୀଙ୍କୁ ଡାକ୍ତରଖାନାରେ ଅଣଦେଖା, ଭଙ୍ଗା ଗୋଡରେ ଗଛମୂଳେ ରାତି କାଟିଲେ

20/05/2021 at 12:38 PM

ବରଗଡ ୨୦।୫: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ଖୋଲୁଛନ୍ତି । ହେଲେ କିଛି ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ କୋଭିଡ୍ ଆକ୍ରାନ୍ତମାନେ ଚିକିତ୍ସିତ ହେବାରୁ ବଞ୍ଚିତ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ପଦ୍ମପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବରଗଛ ମୂଳେ ରାତି ସାରା ବସି ରହିଲେ କୋଭିଡ୍ ସଂକ୍ରମିତ ଅଙ୍ଗନୱାଡୀ କର୍ମୀ ।

ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ୍ ଅଏଁଲାଭଟା ଗ୍ରାମର ଜଣେ ଅଙ୍ଗନୱାଡୀ କର୍ମୀଙ୍କର କିଛି ଦିନ ଆଗରୁ ଗୋଡ ଭାଙ୍ଗି ଯାଇଥିଲା । ଗତ ଦୁଇ ଦିନ ଆଗରୁ ତାଙ୍କୁ ଜ୍ବର ହେଉଥିଲା ଏବଂ ବୁଧବାର ରାତିରେ ଅସୁସ୍ଥ ହେବାରୁ ତାଙ୍କୁ ପଦ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ।  ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଥିବା ଜଣାପଡିଥିଲା । ଏହାପରେ କିନ୍ତୁ ତାଙ୍କୁ କୋଭିଡ୍ କେୟାର ସେଣ୍ଟର କି ହୋମ୍ ଆଇସୋଲେସନ ପାଇଁ ଘରକୁ ଯିବାକୁ ନକହି ଡାକ୍ତର ଆସିବା ଯାଏଁ ଅପେକ୍ଷା କରିବା ପାଇଁ କହିଥିଲେ । ରାତିସାରା କୋଭିଡ୍ ସଂକ୍ରମିତ ତାଙ୍କ ସ୍ବାମୀଙ୍କ ସହ ଡାକ୍ତରଖାନା ପରିସରରେ ଥିବା ଗଛ ତଳେ ବସି ରାତି କାଟିଥିବା ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ସରକାର ଅଙ୍ଗନୱାଡୀ କର୍ମୀମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇଥିବା ବେଳେ ତାଙ୍କ ସହ ଏପରି ବ୍ୟବହାର କେତେ ଦୂର ଠିକ୍ ତାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

   Related Posts