Covid ଆକ୍ରାନ୍ତ ଅହମ୍ମଦ ପଟେଲ ହସ୍ପିଟାଲରେ ଭର୍ତ୍ତି, ସାଂସଦ ନକୁଲ ନାଥ ଓ ମଣିପୁର ମୁଖ୍ୟମନ୍ତ୍ରୀ ମଧ୍ୟ କରୋନା ସଂକ୍ରମିତ

Published By : Prameya-News7 Bureau | November 15, 2020 IST

ନୂଆଦିଲ୍ଲୀ ୧୫।୧୧: କୋଭିଡ-୧୯ ପଜେଟିଭ ଚିହ୍ନଟ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ରବିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ସେହିପରି ମଧ୍ୟପ୍ରଦେଶ ଛିନ୍ଦୱାଡାର କଂଗ୍ରେସ ସାଂସଦ ନକୁଲ ନାଥ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଟ୍ୱିଟ୍ ହ୍ୟାଣ୍ଡଲରେ ସେ ଏ ନେଇ ସୂଚିତ କରିଛନ୍ତି।

{"id":362101,"sizeSlug":"large"}

ସେପଟେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବୀରେନ୍‌ ସିଂହ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସିଂହ କୋଭିଡ ରିପୋର୍ଟ ମିଳିବା ପରେ ଟ୍ୱିଟରରେ ସୂଚନା ଦେଇ ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ଓ ନିଜନିଜର କୋଭିଡ ପରୀକ୍ଷଣ କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ତେବେ ମଧ୍ୟପ୍ରଦେଶ କଂଗ୍ରେସ ସାଂସଦ କରୋନା ପଜେଟିଭ ଚିହ୍ନଟ ପରେ ନିଜକୁ ଘରେ ଆଇସୋଲେସନ କରିଥିବା ଜଣାଇଛନ୍ତି।

{"id":362102,"sizeSlug":"large"}

ଅହମ୍ମଦ ପଟେଲ ଗତ ଅକ୍ଟୋବର ୧ ତାରିଖ ଦିନ କୋଭିଡ ଚିହ୍ନଟ ହୋଇଥିଲେ। ଘରେ ଆଇସୋଲେସନରେ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ରବିବାର ତାଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ତାଙ୍କ ପୁଅ  ଫୈସଲ ଗଣମାଧ୍ୟମକୁ ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.