ପାର୍ବଣରେ ଆଶ୍ୱସ୍ତି: ୨୪୭ ଦିନପରେ ଭାରତରେ ହ୍ରାସ ହେଲା କରୋନା ସକ୍ରିୟତା ହାର, ଏବେ ୧%ରୁ ବି କମ୍

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୧।୧୧: ଭାରତରେ ମୋଟ କରୋନା ସକ୍ରିୟତା ମାମଲା ଏବେ ୧ ପ୍ରତିଶତରୁ ହ୍ରାସ ହୋଇ ୦.୪୬ ପ୍ରତିଶତରେ ପହଞ୍ଚିଛି। ମାର୍ଚ୍ଚ ୨୦୨୦ ପରେ ଦେଶରେ ପ୍ରଥମ ଥର ସକ୍ରିୟ ମାମଲାରେ ଏପରି ହ୍ରାସ ଦେଖା ଯାଇଥିବା ବେଳେ ପଜିଟିଭିଟି ହାର ୨ ପ୍ରତିଶତରୁ ୧.୧୩ ପ୍ରତିଶତକୁ ହ୍ରାସ ହେବା ପାର୍ବଣ ଋତୁରେ କରୋନାକୁ ନେଇ ଥିବା ଆଶଙ୍କାକୁ  ଆଶ୍ୱସ୍ତ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ରବିବାର ସକାଳେ ଜାରି କରିଥିବା ରିପୋର୍ଟରେ ଗତ ୨୭ ଦିନରେ ପଜିଟିଭିଟି ହାରରେ ଏହି ହ୍ରାସ ଦେଖା ଯାଇଥିବା  କୁହାଯାଇଛି।

{"id":536894,"width":838,"height":471,"sizeSlug":"full","linkDestination":"none"}

ସେହିପରି ସାପ୍ତାହିକ ପଜିଟିଭିଟି ହାର ୩୭ ଦିନରେ ୨ ପ୍ରତିଶତରୁ ୧.୧୮ହ୍ରାସ ହୋଇଥିବା କୁହାଯାଇଛି। ରିପୋର୍ଟରୁ ଭାରତରେ କରୋନା ସଂକ୍ରମଣର ବେଗ ପ୍ରସମିତ ହୋଇଥିବାର ଜଣାପଡିଛି। ସାରା ଦେଶରେ ଶନିବାର ସୁଦ୍ଧା ରିପୋର୍ଟ ପର୍ଯ୍ୟନ୍ତ ୧୨ ହଜାର ୮୩୦ ନୂଆ ମାମଲା ରେକର୍ଡ ହୋଇଥିଲା। ଏଥିରୁ ୪୪୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।  ତେବେ ଏହି ସମୟରେ ଦେଶର ବିଭିନ୍ନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ୧୪ ହଜାର ୬୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

{"id":536895,"width":840,"height":441,"sizeSlug":"full","linkDestination":"none"}

ରିପୋର୍ଟରେ ଏବେ ଦେଶରେ ମୋଟ ୧ ଲକ୍ଷ ୫୯ ହଜାର ୨୭୨ଟି ସକ୍ରିୟ ମାମଲା ରହିଛି। ଦୀର୍ଘ ୨୪୭ ଦିନ ପରେ  ସକ୍ରିୟ ମାମଲା ସଂଖ୍ୟା ପ୍ରଥମ ଥର ୨ ଲକ୍ଷ ତଳକୁ ଖସିଛି। ଯାହା ମୋଟ ସଂଖ୍ୟାର ୦.୪୬ ପ୍ରତିଶତ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚିତ କରିଛନ୍ତି। ଦେଶରେ ଏହି ସମୟରେ ୩,୩୬,୫୫, ୮୪୨ ଜଣ ସୁସ୍ଥ ହୋଇ ଘରକୁ ଫରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.