Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନାକୁ ମାତ୍ ଦେବା ପରେ ଖୁସିଲେ ମସଗୁଲ୍ ହେଲେ କୋଭିଡ୍ ଆକ୍ରାନ୍ତ, ଦେଖାଇଲେ ବିଜୟ ସଙ୍କେତ, ଭିଡିଓ ସେୟାର କଲେ ଡାକ୍ତର

15/05/2021 at 11:30 AM

ନୂଆଦିଲ୍ଲୀ, ୧୫|୦୫: ସାରାଦେଶରେ କରୋନା ଭାଇରସର ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ହଜାର ହଜାର ଜୀବନ ମଧ୍ୟ ହାରୁଛନ୍ତି । କରୋନା ବିରୋଧି ଲଢେଇରେ ଡାକ୍ତର, ନର୍ସ ଆଦି ସ୍ୱାସ୍ଥ୍ୟକର୍ମୀ ଦିନରାତି ଏକ କରି ଦେଇଛନ୍ତି । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଏପରି କିଛି ଭିଡିଓ ଭାଇରାଲ ହେଉଛି ଯାହା ସୂଚାଉଛି ଯେ, ଦିନେ ନା ଦିନେ ସବୁକିଛି ଠିକ ହୋଇଯିବ । ଏପରି ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଜଣେ ଡାକ୍ତର ।

କରୋନା ଲଢ଼େଇରେ ସାମିଲ ଥିବା ଡାକ୍ତର ଆସିକେତ ସାବଲେ ଏହି ଭିଡିଓ ସେୟାର କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ଯେ କିପରି ଜଣେ କୋଭିଡ ଯୋଦ୍ଧା କରୋନାକୁ ମାତ ଦେଇଛନ୍ତି । ଡାକ୍ତର ସାବଲେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଏହି କୋଭିଡ ଯୋଧ୍ଯାଜଣଙ୍କଠାରେ ଅନେକ ଲକ୍ଷଣ ଥିଲା । ସେ ଗୁରୁତର ମଧ୍ୟ ହୋଇଥିଲେ । ତେବେ ସେ ଭୂତାଣୁକୁ ପରାସ୍ତ କରିଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ସୁସ୍ଥ ହେବା ପରେ ଆକ୍ରାନ୍ତଜଣଙ୍କ ଖୁସି ମନାଉଛନ୍ତି । ତାଙ୍କ ଓଠରେ ହସ ବାରି ହୋଇ ପଡୁଛି ଓ ସେ ହାତରେ ବିଜୟ ସଙ୍କେତ ଦେଉଛନ୍ତି।

ଡାକ୍ତର ସାବଲେ ଏହି ଭିଡିଓ ସେୟାର କରିବାର କାରଣ କହିଛନ୍ତି ଯେ, ଏବେ ସମସ୍ତେ ଭୟ ଓ ଆଶଙ୍କା ଭିତରେ ଜୀବନ କାଟୁଛନ୍ତି । ଏହି ଭିଡ଼ିଓ ଲୋକଙ୍କ ଆତ୍ମବିଶ୍ବାସ ବଢ଼ାଇବ । ମନର ଡରକୁ ଦୂରାଇ ଏକ ନୂଆ ଆଶା ସଂଚାର କରିବ । ଏହି ଭିଡ଼ିଓ କେବଳ ଇନଷ୍ଟାଗ୍ରାମରେ ସେୟାର ହୋଇନାହିଁ, ଅନେକ ନେଟିଜେନ୍ସ ଏହାକୁ ନିଜ ପ୍ରୋଫାଇଲରେ ମଧ୍ୟ ସେୟାର କରିଛନ୍ତି । ଏପରି ଭିଡ଼ିଓକୁ ଅନେକ ପ୍ରଶଂସା କରିଛନ୍ତି ।

   Related Posts