Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

କୋଭିଡ୍ ୱାର୍ଡରେ କରୋନା ପୀଡିତା ଛାତ୍ରୀଙ୍କ ସହିତ ଅସଦାଚରଣ, କରୋନା ସଂକ୍ରମିତ ଡାକ୍ତରଙ୍କ ବିରୋଧରେ ମାମଲା ରୁଜ୍ଜୁ

29/07/2020 at 4:31 PM

ନୋଏଡା ୨୯/୦୭ : ନୋଏଡା ହସ୍ପିଟାଲରୁ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି | ନୋଏଡା ଜେପି ହସ୍ପିଟାଲରେ ଜଣେ କରୋନା ସଂକ୍ରମିତ ଯୁବତୀଙ୍କ ସହିତ ଅସଦାଚରଣ ମାମଲା ସାମ୍ନାକୁ ଆସିଛି | ସୂଚନାଯୋଗ୍ୟ ଯେ, ଜେପି ହସ୍ପିଟାଲରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର କରୋନା ପଜିଟିଭ ଛାତ୍ରୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ | ହସ୍ପିଟାଲରେ ତାଙ୍କ ସହିତ ଅସଦାଚରଣ କରାଯାଇଥିଲା | କରୋନା ସଂକ୍ରମିତ ଜଣେ ଡାକ୍ତର ତାଙ୍କ ସହିତ ଅସଦାଚରଣ କରିଥିବା ଛାତ୍ରୀ ଜଣକ କହିଥିଲେ | ଅଭିଯୁକ୍ତ ଡାକ୍ତର ମଧ୍ୟ ତାଙ୍କ ସାଇଡରେ କୋଭିଡ ୱାର୍ଡରେ ଭର୍ତ୍ତି ହୋଇଥିଲେ |

ଛାତ୍ରୀଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଧାରା ୩୫୪ ରେ ମାମଲା ରୁଜ୍ଜୁ କରିଛି | କରୋନା ସଂକ୍ରମିତ ଛାତ୍ରୀଙ୍କୁ ଜୁକି ୨୦ ତାରିଖରେ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା | ଜୁଲାଇ ୨୩ ତାରିଖରେ ଅମୃତ ଗୋପାଳ ନାମକ ଡାକ୍ତର ଯିଏ କରୋନା ସଂକ୍ରମିତ, ତାଙ୍କୁ ମଧ୍ୟ ସେହି ୱାର୍ଡରେ ଭର୍ତ୍ତି କରାଯାଇଥିଲା | ଡାକ୍ତର ଜଣକ ଛାତ୍ରୀଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା | ପୋଲିସ ଡାକ୍ତର ବିରୋଧରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି |

   Related Posts