କରୋନା ଆକ୍ରାନ୍ତଙ୍କୁ ନେଇ ଆସୁଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭରଙ୍କ ସମେତ ୩ ଗୁରୁତର

Published By : Prameya-News7 Bureau | August 20, 2020 IST

କନ୍ଧମାଳ୨୦/୮: କୋଭିଡ୍ ପଜିଟିଭ୍‌ଙ୍କୁ ନେଇ ଆସୁଥିବା ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ। ଦାରିଙ୍ଗବାଡିରୁ ଫୁଲବାଣୀ ନେବା ବାଟରେ ଫିରିଙ୍ଗିଆ ନିକଟ ତେଲିମୁଣ୍ଡା ଠାରେ ଏହି ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ମୁତାବକ ଗାଡିଟି ଯିବାବେଳେ ରାସ୍ତା କଡ ଗଛରେ ପିଟି ହୋଇଯାଇଥିଲା। ଏହି ଗାଡିରେ ୩ ଜଣ କରୋନା ଆକ୍ରାନ୍ତ ଥିବା ସୂଚନା ମିଳିଛି।  ଏହି ତିନିଜଣଙ୍କ ଚିକିତ୍ସା ପାଇଁ ଫୁଲବାଣୀ ନିଆଯାଉଥିଲା କିନ୍ତୁ ବୋଲେରୋଟି ଭାରସମ୍ୟ ହରାଇ ଗଛରେ ପିଟି ହୋଇଥିଲା।  ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୩ ଜଣ କରୋନା ଆକ୍ରାନ୍ତ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଫିରିଙ୍ଗିଆ ହସ୍ପିଟାଲରେ  ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.