Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଭାରତ ଲାଗି ବିପଦଜନକ ହୋଇପାରେ Covid-19 ନୂଆ ଷ୍ଟ୍ରେନ: AIIMS ମୁଖ୍ୟ

21/02/2021 at 7:06 PM

ନୂଆଦିଲ୍ଲୀ ୨୧।୨: ଭାରତରେ ଦେଖା ଦେଇଥିବା କରୋନା ଭାଇରସ ମହାମାରୀର ନୂଆ ଷ୍ଟ୍ରେନ୍‌ ପ୍ରଥମେ ଦେଖାଦେଇଥିବା ଭୂତାଣୁଠାରୁ ଅଧିକ ମାରାତ୍ମକ। ଏହା କହିଛନ୍ତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ମୁଖ୍ୟ ଡା. ରଣଦୀପ ଗୁଲେରିଆ। ଏକ ଗଣମାଧ୍ୟମ ସାକ୍ଷାତକାରରେ ଡା. ଗୁଲେରିଆ କହିଛନ୍ତି ଯେ ଭୂତାଣୁର ଏହି ନୂଆ ପ୍ରକାର ଅଧିକ ସଂକ୍ରାମକ ଓ ବପିଦଜନକ।

ମହାରଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ପଞ୍ଜାବରେ ସଂକ୍ରମଣ ବୃଦ୍ଧି ହେବା ପରେ କୋଭିଡ ନୂଆ ଷ୍ଟ୍ରେନକୁ ନେଇ ଦେଶରେ ଆତଙ୍କ ଖେଳିଯାଇଛି। ମହାରାଷ୍ଟ୍ରରେ କୋଭିଡ ସଂକ୍ରମଣ ବୃଦ୍ଧି ପରେ ୩ଜି ଜିଲ୍ଲାକୁ ଲକଡାଉନ କରାଯାଇଛି। ଏହା ଛଡା ସାରା ରାଜ୍ୟରେ କୋଭିଡ କଟକଣା କଡାକଡି କରାଯାଇଛି।

କୋଭିଡ ନୂଆ ଷ୍ଟ୍ରେନ ଯୋଗୁ ସଂକ୍ରମଣ ବୃଦ୍ଧି ହେଉଥିବା ବେଳେ ସଂକ୍ରମଣର ଚିକିତ୍ସା କାଳରେ ସାବଧାନତା ଅବଲମ୍ବନ କରିବା ଲାଗି ଡା. ଗୁଲେରିଆ ପରାମର୍ଶ ଦେଇଛନ୍ତି। ଏଥିରେ କୋଭିଡ ଭାକସିନ ନେଇଥିବା ଲୋକେ ମଧ୍ୟ ସଂକ୍ରମିତ ନ ହେବେ ତାହା କହି ହେବନି ବୋଲି ସେ କହିଛନ୍ତି। ଏଣୁ ସଂକ୍ରମଣରୁ ଦୂରେଇ ରହିବାକୁ ଓ କଡ଼ା କଟକଣା ପାଳନ କରିବା ଲାଗି ଡା. ଗୁଲେରିଆ କହିଛନ୍ତି।

ତେବେଟାସ୍କଫୋର୍ସ ସଦସ୍ୟ ଡା.ଶଶାଙ୍କ ଯୋଶୀ ସାରା ଦେଶରେ ଏପର୍ଯ୍ୟନ୍ତ ୨୪୦ ଜଣ କରୋନା ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବାର ସୂଚନା ଦେଇଛନ୍ତି।  ଟିକା କମ୍ ପ୍ରଭାବୀ ହେଲେ ମଧ୍ୟ ଭୂତାଣୁର ନୂଆ ପ୍ରକାର ବିରୋଧରେ କାମ ନିଶ୍ଚିତ କରିବ ବୋଲି ଡା. ଗୁଲେରିଆ ଆଶାବ୍ୟକ୍ତ କରିଛନ୍ତି।

   Related Posts