Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ୟୁରୋପରେ ଆତଙ୍କ ସୃଷ୍ଟି କରିଛି କରୋନାର ନେପାଳ ଭାରିଏଣ୍ଟ, ବୈଜ୍ଞାନିକ କହିଲେ କାମ ଦେଉନି ଟିକା

3/06/2021 at 7:46 PM

ଲଣ୍ଡନ: କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ସମଗ୍ର ୟୁରୋପକୁ ଆତଙ୍କିତ କରିଛି। ଗଣମାଧ୍ୟମରେ ପ୍ରସାରିତ ହେଉଥିବା ସୂଚନାରୁ ଭୂତାଣୁର ଏହି ପ୍ରକାର ବିଶ୍ୱରେ ସର୍ବ ପ୍ରଥମେ ନେପାଳରେ ଦେଖାଯାଇଥିଲା। ଏହା ଏବେ ଧିରେ ଧିରେ ୟୁରୋପରେ ପ୍ରସରିବାରେ ଲାଗିଛି। ଭୂତାଣୁର ଏହି ପ୍ରକାର ଭାକ୍ସିନକୁ ବି ଚକମା ଦେଇପାରେ ବୋଲି ବୈଜ୍ଞାନିକ ଆଶଙ୍କା କରୁଛନ୍ତି। ଭୂତାଣୁ ନମୁନା ପର୍ତ୍ତୁଗାଲରେ ମିଳିଛି। ତେବେ ବ୍ରିଟେନ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତାଙ୍କ ସମୂହ ଏହାକୁ ନେଇ ଏତେ ବିଚଳିତ ହେବାର କୌଣସି କାରଣ ନାହିଁ ବୋଲି କହଛନ୍ତି।

ବୈଜ୍ଞାନିକଙ୍କ ଅନୁସାରେ ଏହା ଏପରି ଏକ ଭୂତାଣୁ ଯାହା ସବୁବେଳେ ବଦଳୁଛି। ଏହା ଛଡା ଏବେ ବିଶ୍ୱରେ ଭୂତାଣୁର ଅନେକ ପ୍ରକାର ପ୍ରସାରିତ ହେଉଛି। ଏ ନେଇ ଭିଏତନାମ ପକ୍ଷରୁ ଜାରି ଏକ ରିପୋର୍ଟରେ କରୋନାର ଏକ ବିପଦଜନକ ଭାରିଏଣ୍ଟ ମିଳିଥିବାର ସୂଚନା ଦିଆଯାଇଛି। ଯେଉଁଥିରେ ଭାରତ ଓ ୟୁକେର ମିଳିତ ଷ୍ଟ୍ରେନ ରହିଛି। ଏହା ପବନରେ ବ୍ୟାପୁଥିବା ବେଳେ ଟିକା ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରୁଥିବା ସୂଚିତ କରିଛି।

ବ୍ରିଟେନରେ ଜୁଲାଇ-ଅଗଷ୍ଟ ବେଳକୁ କରୋନା ସମ୍ପୂର୍ଣ୍ଣ ଅପସରି ଯାଇଥିବ ବୋଲି ବୈଜ୍ଞାନିକମାନେ ଦାବି କରିଥିଲେ। ତେବେ ଏଥିରେ ଭୂତାଣୁର ନୂଆ ଭାରିଏଣ୍ଟ ଏବେ ଚିନ୍ତାଜନକ ହୋଇଛି। ଗତ ଏପ୍ରିଲ-ମେରେ କରୋନା ଭାଇସ ମହାମାରୀ ଭାରତରେ ଯେଉଁପରିସ୍ଥିତି ସୃଷ୍ଟି କରିଥିଲା ତାହା ଏବେ ସାରା ବିଶ୍ୱକୁ ଆତଙ୍କିତ କରିଛି। ତେବେ ଭାରତରେଏବେ କରୋନା ଲହର ଥମି ଆସିଲାଣି। ଏହା ଏକ ଏପରି ଭୂତାଣୁ ଯାହା ବାରମ୍ବର ମ୍ୟୁଟାଣ୍ଟ ହେଉଛି। ଏଣୁ ଏପର୍ଯ୍ୟନ୍ତ ଏହାର ପ୍ରକାରକୁ ବୈଜ୍ଞାନିକମାନେ ଦେଶ ଅନୁସାରେ ନାମିତ କରିଆସୁଛନ୍ତି। ଯାହାକୁ ନେଇ ଆପତ୍ତି ହେଉଛି।  ଏଣୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବେ ଭୂତାଣୁର ନାମ କରଣ କରିବା ଆରମ୍ଭ କରିଛନ୍ତି।

   Related Posts