ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ଲାଗି ଟିକାକରଣ ଅଥବା କୋଭିଡ ନେଗେଟିଭ ରିପୋର୍ଟ ଅନିବାର୍ଯ୍ୟ: ନିର୍ବାଚନ କମିଶନ

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ ୨୮।୪: ଆସନ୍ତା ମେ ୨ ତାରିଖରେ ବିଧାନସଭା ନିର୍ବାଚନର ଭୋଟ ଗଣନା ହେବ। ତେବେ ତା ପୂର୍ବରୁ  ନିର୍ବାଚନ ଆୟୋଗ କରୋନାକୁ ନେଇ କଡ଼ା ସତର୍କତା ଅବଲମ୍ବନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁସାରେ ଭୋଟ ଗଣନା କେନ୍ଦ୍ରକୁ ପ୍ରବେଶ ଲାଗି କେବ କରୋନା ନେଗେଟିଭ ରିପୋର୍ଟ ଅଥବା ଟିକାକରଣ କରାଇଥିବା ଲୋକଙ୍କୁ ଅନୁମତି ମିଳିବ ବୋଲି କହିଛନ୍ତି।

ସେହିପରି ଆୟୋଗ ଗୋଟିଏ ସ୍ଥାନରେ ଅନେକ ଲୋକଙ୍କୁ ଠୁଳ କରିବା ସପକ୍ଷରେ ମଧ୍ୟ ନାହାନ୍ତି। ଏଣୁ ଭୋଟ ଗଣନା କେନ୍ଦ୍ରରେ ପ୍ରାର୍ଥୀ ଅଥବା ସେମାନଙ୍କ ଏଜେଣ୍ଟଙ୍କ ଭିଡ ରହିବ ନାହିଁ ବୋଲି ଅନୁମାନ କରାଯାଉଛି। ମେ ୨ ତାରିଖ ଦିନ ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀ, କେରଳ ଓ ତାମିଲନାଡୁ ବିଧାନସଭା ନିର୍ବାଚନର ଭୋଟ ଗଣନା ହେବ। ଏହା ପୂର୍ବରୁ ନିର୍ବାଚନ କମିଶନ ବିଜୟ ପରେ କୌଣସି ପ୍ରାର୍ଥୀ ବିଜୟ ଶୋଭାଯାତ୍ରା କରିପାରିବେନି ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।

ଉଲ୍ଲେଖ ଯୋଗ୍ୟଯେ ଭାରତରେ କରୋନା ଭାଇରସ ମହାମାରୀ ଗତ ଏକ ପକ୍ଷ ହେଲା ସଂକ୍ରମିତ ହେବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଭୂତପୂର୍ବ ବଢିଚାଲିଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣରେସରକାର ଓ ପ୍ରଶାସନ ବିଫଳ ହୋଇଛନ୍ତି। ପରିସ୍ଥିତି ଆୟତ ଲାଗି କେନ୍ଦ୍ର ସରକାର ସାରା ଦେଶରେ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।ଏଥିରେ ଏପର୍ଯ୍ୟନ୍ତ ୧୪ କୋଟି ଲୋକଙ୍କ ଟିକାକରଣ ହୋଇପାରିଥିବା ଜଣାପଡିଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.