ସ୍କୁଲ ଖୋଲିବା ଯୋଗୁ ଆମେରିକାରେ ବଢୁଛି ସଂକ୍ରମଣ, ୭୪ଲକ୍ଷ ମାମଲାରେ ୧୦ ପ୍ରଶିତ ଛାତ୍ରଛାତ୍ରୀ

Published By : Prameya-News7 Bureau | September 30, 2020 IST

ୱାସିଂଟନ : କରୋନା ଭାଇରସ ମହାମାରୀ ଆମେରିକାକୁ ସବୁଠୁ ଅଧିକ ପ୍ରଭାବିତ କରିଛି। ଦେଶରେ ଏବେ ବୟସ୍କଙ୍କ ପରେ ଶିଶୁ ଓ କିଶୋରଙ୍କ ମଧ୍ୟରେ ସଂକ୍ରମଣ ବଢୁଛି। ଅଧିକାରୀଙ୍କ ଅନୁସାରେ ଦେଶରେ ସ୍କୁଲ ଓ ଖେଳ ଗତିବିଧି ବହାଲ କରାଯିବା ପରେ ଦେଶରେ ସଂକ୍ରମଣ ବଢୁଛି।  ଆମେରିକାରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪ ଲକ୍ଷରେ ପହଞ୍ଚିଛି। ଏଥିରେ ପିଲାଙ୍କ ସଂଖ୍ୟା ପ୍ରାୟ ୧୦ପ୍ରତିଶତ ହୋଇଗଲାଣି। 

{"id":336816,"sizeSlug":"large"}

ଆମେରିକାନ ଆକାଡେମୀ ଅଫ ପିଡିଏଟ୍ରିକ୍ସ ଅନୁସାରେ ମୋଟ ମାମଲାରେ ପ୍ରତିବୟସର ପିଲାଙ୍କ ସଂଖ୍ୟା ବୃଦ୍ଧିପାଇ ଏବେ ୧୦ ପ୍ରତିଶତରେ ପହଞ୍ଚିଛି। ଗତ ଏପ୍ରିଲରେ ଏହି ସଂଖ୍ୟା ମାତ୍ର ୨ ପ୍ରତିଶତ ଥିଲା। ସେଣ୍ଟରଫର ଡିଜିଜ୍ କଣ୍ଟ୍ରୋଲଏଣ୍ଡ ପ୍ରିଭେନସନଙ୍କ ଅନୁସାରେ ସେପ୍ଟେମ୍ବର ଆରମ୍ଭରୁ ପିଲାଙ୍କ ମଧ୍ୟରେ ସଂକ୍ରମଣର ଦ୍ରୁତ ବୃଦ୍ଧି ଦେଖାଯାଇଛି। ଏଥିରେ ଛୋଟ ପିଲା ଯେତିକି ସଂକ୍ରମିତ ହେଉ ନାହାନ୍ତି ସେମାନଙ୍କ ତୁଳନରେ କିଶୋର ଅଧିକ ସଂକ୍ରମିତ ହେଉଥିବା ଦେଖାଯାଇଛି। 

{"id":336817,"sizeSlug":"large"}

ତେବେ ଛାତ୍ରଛାତ୍ରୀଙ୍କ ଠାରେ ସଂକ୍ରମଣ ମାମୁଲି ବୋଲି କୁହାଯାଉଛି। ଏଥିଲାଗି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ପଡୁ ନାହିଁ ବୋଲି ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ କହିଛନ୍ତି। ତେବେ ଆମେରିକାନ ଆକାଡେମୀ ଅଫ ପିଡିଏଟ୍ରିକ୍‌ସ ଅଧ୍ୟକ୍ଷ ଡା.ସୈଲୀ ଗୋଜ୍ ଏହାକୁ ଚିନ୍ତାଜନକ କହିଛନ୍ତି। ତେବେ ଏଥିରୁ ଭୂତାଣୁ ଦେଶର ଏକ ବଡ ସମୂଦାୟକୁ ସଂକ୍ରମିତ କରିଥିବାର ସ୍ପଷ୍ଟ ହୋଇଯାଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.