ସଂକ୍ରମଣରୁ ବଢ଼ିପାରେ ଅଲଜାଇମର ଓ ପାର୍କିଂସନ ଭଳି କ୍ଷତିକାରକ ରୋଗ, ଗବେଷଣା ରିପୋର୍ଟରୁ ହେଲା ଖୁଲାସା

Published By : Prameya-News7 Bureau | October 21, 2021 IST

ନୂଆଦିଲ୍ଲୀ୨୧/୧୦ : ଜର୍ମାନୀର ବନ୍ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନରେ ଦାବି କରାଯାଇଛି କିଛି ସଂକ୍ରାମକ ରୋଗ ଅଲଜାଇମର ଓ ପାର୍କିଂସନ ଭଳି ସ୍ନାୟବିକ ରୋଗକୁ ବଢ଼ାଇ ଦେଇପାରେ। ନେଚର କମ୍ୟୁନିକେଶନ ପତ୍ରିକାରେ ପ୍ରକାଶିତ ଏହି ରିପୋର୍ଟ ଲେବ୍ରୋଟୋରିର ପରୀକ୍ଷା ଉପରେ ଆଧାରିତ। ଯେଉଁଥିରେ ଜଣାପଡ଼ିଛି ଯେ କିଛି ସଂକ୍ରାମକ ଅଣୁ ପ୍ରୋଟିନ ଏଗ୍ରିଗେଟସର ଅନ୍ତର୍କୋଷିୟ ବିସ୍ତାର କରିଥାଏ । ଯାହାକି ମସ୍ତିଷ୍କ ରୋଗର ଲକ୍ଷଣ।

ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ପ୍ରିୟନ ରୋଗରେ ଅନିୟମିତ ପ୍ରୋଟିନ ଶୃଙ୍ଖଳା ଏଗ୍ରିଗେଟ ହୁଏ। ଏହା ଗୋଟିଏ କୋଷିକାରୁ ଅନ୍ୟ ଏକ କୋଷିକାକୁ ଯିବାର କ୍ଷମତା ରଖିଥାଏ ଯେଉଁଠାରେ ସେମାନେ ନିଜ ଅସାମାନ୍ୟ ଆକୃତିକୁ ସମାନ ପ୍ରକାର ପ୍ରୋଟିନକୁ ସ୍ଥାନାନ୍ତର କରନ୍ତି। ଏହା ଫଳରେ ଏହି ରୋଗଟି ସମ୍ପୁର୍ଣ୍ଣ ମସ୍ତିଷ୍କକୁ ବ୍ୟାପି ଯାଇଥାଏ।

ଏହିଭଳି ସମାନ ଘଟଣା ଅଲଜାଇମର ଓ ପାର୍କିଂସନ ରୋଗରେ ମଧ୍ୟ ହୋଇଥାଏ। ଗବେଷକମାନଙ୍କ ମତରେ ଅନିୟମିତ ଶୃଙ୍ଖଳିତ ପ୍ରୋଟିନ ଏକ ସଂଯୋଜକରେ ପ୍ରଦର୍ଶିତ ହୋଇଥାଏ । ପ୍ରିୟନ ପ୍ରୋଟିନ ଯୋଗୁଁ ମସ୍ତିଷ୍କରେ ସାଧାରଣ ପ୍ରୋଟିନ ଶୃଙ୍ଖଳା ଅସାଧାରଣ ପ୍ରୋଟିନ ଶୃଙ୍ଖଳାରେ ପରିବର୍ତ୍ତନ ହୋଇଥାଏ। ଏହି ସ୍ନାୟବିକ ରୋଗ ଉଭୟ ମଣିଷ ଓ ପଶୁ ମାନଙ୍କ ପାଖେ ଦେଖା ଦେଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.