Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

AIIMS ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଗତ ସପ୍ତାହରେ ହୋଇଥିଲେ କୋଭିଡ ଆକ୍ରାନ୍ତ

25/04/2021 at 5:14 PM

ନୂଆଦିଲ୍ଲୀ ୨୫।୪ : ଗତ ସପ୍ତାହରେ ଚିକିତ୍ସାଲାଗି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ରବିବାର ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ହସ୍ପିଟାଲର ଟ୍ରମା ସେଣ୍ଟରରେ ରହି ମନମୋହନ ଚିକିତ୍ସିତ ହେଉଥିବା ବେଳେ ଧିରେ ଧିରେ ସୁସ୍ଥ ହେଉଥିବା କହିଛନ୍ତି।

ଏମସ୍‌ର ଡାକ୍ତରମାନେ ସେ ‘ହେମୋ ଡାୟନାମିକାଲି ଷ୍ଟେବଲ’ ବୋଲି କହିଛନ୍ତି,ଅର୍ଥାତ ଅସୁସ୍ଥଙ୍କ ରକ୍ତଚାପ ଓ ହୃଦଗତି ସ୍ଥିର ରହିଛି। ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଚାନକ ସେପରି କୌଣସି ଆଶଙ୍କା କରାଯାଉନଥିବା ବେଳେ ତାଙ୍କ ଉପରେ ଡାକ୍ତରମାନେ କଡା ନଜର ରଖିଥିବା ଜନୈକ ବରିଷ୍ଠ ଡାକ୍ତର ସୂଚିତ କରିଛନ୍ତି। ଶନିବାର କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ନେତା ରଣଦୀପ ସୂରଜେୱାଲା ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଥିଲେ। ସେ ଧିରେ ଧିରେ ସୁସ୍ଥ ହେଉଥିବା କହିଥିଲେ।

ଏବେ ତାଙ୍କ ଠାରେ ଜ୍ୱର ନଥିବା ବେଳେ ଅନ୍ୟ କୌଣସି ଲକ୍ଷଣ ମଧ୍ୟ ନାହିଁ। ୮୮ ବର୍ଷ ବୟସ୍କ ମନମୋହନ ସିଂହ ଗତ ୧୯ ତାରିଖଦିନ ଏମସ୍‌ ଟ୍ରମା ସେଣ୍ଟରରେ ଭର୍ତି ହୋଇଥିଲେ। ସେତେବେଳେ ତାଙ୍କ ଦେହରେ ସାମାନ୍ୟ ଜ୍ୱର ରହୁଥିଲା। ପରେ ତାଙ୍କର କୋଭିଡ ପରୀକ୍ଷଣ କରାଯାଇଥିବା ବେଳେ ସେ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ବରିଷ୍ଠ କଂଗ୍ରେସ ନେତା ସେତେବେଳକୁ କୋଭିଡ ଭାକ୍ସିନର ଉଭୟ ଡୋଜ ନେଇସାରିଥିଲେ।   

   Related Posts